-+91-9937148622 |

prerana_bgr@rediffmail.com |

  Saturday 18th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   (18-Jul-2026)       ||      ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||      ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I    (17-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   (17-Jul-2026)       ||      ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   (17-Jul-2026)       ||      ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   (17-Jul-2026)       ||      ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   (17-Jul-2026)       ||      ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   (17-Jul-2026)       ||      ଜୟ ଭାରତ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ୍   (17-Jul-2026)       ||      କାଉଡୋଳା ଗ୍ରାମ ଠାରେ ଜଗତର ନାଥ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ.   (17-Jul-2026)       ||      ବଲାଙ୍ଗିରର ବିଭିନ୍ନ ରଥଯାତ୍ରାରେ ସାମିଲ ହେଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ   (17-Jul-2026)       ||      ରଥଯାତ୍ରାରେ ଦର୍ଶନାର୍ଥିଙ୍କ ମୃତ୍ୟୁରେ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଶୋକ ପ୍ରକାଶ   (17-Jul-2026)       ||      ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||     

HOME   ଜିଲ୍ଲା

୧୦ମ ମାଁ କନ୍ଧେନବୁଢି କ୍ରିକେଟ, ବନ୍ଧଗୋରା ଚାମ୍ପିଅନ

28-Dec-2023



କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ଖେଳ ପଡିଆରେ ପାଞ୍ଚଦିନ ଧରି ଚାଲିଥିବା ୧୦ମ ମାଁ କନ୍ଧେନବୁଢି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଟୁର୍ଣ୍ଣାମେଣ୍ଟର ଅନ୍ତିମ ଖେଳ ବନ୍ଧଗୋରା ଓ ଜାମୁଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ବନ୍ଧଗୋରା ଦଳ ଟସ ଜିଣି ବ୍ୟାଟିଂ ଆରମ୍ଭ କରିଥଲା ଏବଂ ନିର୍ଦ୍ଧାରିତ ୬ ଓଭର ଖେଳରେ ୪ ୱିକେଟ୍ ହରାଇ ୧୦୦ ରନ ସଂଗ୍ରହ କରିଥିଲା l ଜବାବରେ ଜାମୁଟ ଦଳ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୬୦ ରନ ସଂଗ୍ରହ ପୂର୍ବକ ପରାଜିତ ହୋଇଥିଲା l କୁନା କହଁର ଓ ସଦାନନ୍ଦ ଭୋଇ ଖେଳ ପରିଚାଳନା କରିଥିଲେ l ନରୋତ୍ତମ ନାଗ ସ୍କୋରର ଏବଂ ରାମଦାସ ରଣା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ l ଆଜିର ଖେଳରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି ଏବଂ ସମାଜସେବୀ ସମାରୁ ରଣା, ନାରାୟଣପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟନାରାୟଣ ମାଝୀ, ଆଦିବାସୀ ନେତା ନୀଳାଞ୍ଚଳ ଭୋଇ, ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ, ଖମନମୁଣ୍ଡା ସମିତି ସଭ୍ୟା ପ୍ରତିନିଧି ରବି ମହାନନ୍ଦ, ସମାଜସେବୀ ରସୁଲ ଖାଁ, ସାମ୍ବାଦିକ ବଂଶୀଧର ମାଝୀ, ଆଦିବାସୀ ନେତା ବିବଛ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ବନ୍ଧଗୋରା ଦଳକୁ ଚାମ୍ପିଅନ ଓ ଜାମୁଟ ଦଳକୁ ଉପବିଜେତା ଭାବେ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା l ରବିନ୍ଦ୍ର କହଁର, ତପେଶ୍ୱର ବାଘ, ସତ୍ୟନାରାୟଣ ଘିଭେଲା, ଯଶୋବନ୍ତ ମେଣ୍ଡିଲି, ବିକାଶ ବାଘ ଏବଂ କନ୍ଧେନବୁଢି କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   18-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ସମିତି ବୈଠକ                                     18-Jul-2026
  ଜିଲ୍ଲା  
ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   18-Jul-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   17-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I   17-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   17-Jul-2026
  ଜିଲ୍ଲା  
ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   17-Jul-2026
  ଜିଲ୍ଲା  
ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   17-Jul-2026
  ଜିଲ୍ଲା  
ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   17-Jul-2026
  ଜିଲ୍ଲା  
ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   17-Jul-2026

You Might Also Like