-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
20-Dec-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବାର୍ଷିକୀ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଗଣେଷ ଭୋଇ, ମାୟାବର୍ହା ସେବା ସମବାୟ
ସମିତିର ସଭାପତି ରାଧାକାନ୍ତ ଯୁଆଡି, ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ପୂଜାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ିବା ସହିତ ଖେଳ ପ୍ରତି ମନଦୃଢ଼ କଲେ ଜୀବନରେ ସଫଳ ହେବେ ବୋଲି ମତବ୍ୟକ୍ତ
କରିଥିଲେ । ଶିକ୍ଷକ ନନ୍ଦିଘୋଷ ବାରିକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ପରିଚାଳନା କରିଥିଲେ । ସଂଜୀବ ପୂଜାରୀ, ମିନକେତନ ଦାସ, ବିଭୀଷଣ ଖମାରୀ, କିରଣ ପୁଟେଲ, ଲିପି ପଧାନ ପ୍ରମୁଖ ସହଯୋଗ କରିଛନ୍ତି। ବାଳକ ଓ ବାଳିକା ବିଭାଗରେ ସର୍ବମୋଟ ୧୪ ଗୋଟି ବିଭାଗରେ ଖେଳ ପ୍ରତିଯୋଗିତା ଆୟୋଜିତ ହେବ ।