-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2023
କଣ୍ଟlମାଳ( ଜୟ କୁମାର ମହାରଣା ) କଣ୍ଟlମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ସେବା ସମବାୟ ସମିତି ଠାରେ ସୋମବାର ଖରିଫ ଧାନମଣ୍ଡି ଉଦଘଟିତ ହୋଇଯାଇଛି l ଏଥିରେ ସମିତିର ସଭାପତି ସୁଧୀର କୁମାର ଖଟୁଆ,ପୂର୍ବତନ ସରପଞ୍ଚ ରମଣୀ ରଞ୍ଜନ ପ୍ରଧାନ, ମୋହନ ଖଟୁଆ ସମେତ ସମିତି ଅଂଚଳର ଚାଷୀ ବନମାଳୀ ବାରିକ, ବଳରାମ ବାରିକ, କମଳାକାନ୍ତ ସାହୁଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ l ସମିତି ସମ୍ପାଦକ ସୁଦାମ ବାରିକ, କର୍ମଚାରୀ ଲକ୍ଷ୍ମୀ ଦନ୍ତା, ମୁନା ଦନ୍ତା, ବଲ୍ଲଭ ବାରିକ ଓ ଆରଏମସି କର୍ମଚାରୀ ମାନେ ଧlନ କିଣlରେ ସହଯୋଗ କରିଥିଲେ l ସେହିପରି ଆଜି ଶିମିଳିପଦର ପ୍ୟାକ୍ସ ଅଧୀନ ଖଟଖଟିଆ ଠାରେ ସଭାପତି ସୁମନ୍ତ କୁମାର ମିଶ୍ର ଙ୍କ ଦ୍ୱାରା ଧାନ ମଣ୍ଡି ଉଦ୍ଘାଟନ ହୋଇଛି l ସମ୍ପାଦକ ଅମରେଶ ବାଘ ସମେତ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଚାଷୀମାନେ ଉପସ୍ଥିତ ରହି ଧାନ କିଣା ପ୍ରକ୍ରିୟା କୁ ସହଯୋଗ କରିଥିଲେ l uh k