-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
18-Dec-2023
ଖପ୍ରାଖୋଲ:(ବେଦବର ଛତ୍ରିଆ): ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତର ଯୁବନେତା ରେଙ୍ଗାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ସମାଜସେବୀ ଉମାକାନ୍ତ ମେହେରଙ୍କୁ ଟାଇମସ ୱାନ ଓଡ଼ିଆ ଚେନାଲ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହୋଟେଲ ଏକ୍ସସେଲେନ୍ସୀ ଠାରେ ଶ୍ରେଷ୍ଠ ସରପଞ୍ଚ ୨୦୨୩ ରେ ସମ୍ମାନିତ କରାଯାଇଛି l କାର୍ଯ୍ୟକ୍ରମରେ ମଂଚାସୀନ ଅତିଥି ବିଧାୟକ ଦେବିପ୍ରସାଦ ମିଶ୍ର, ଜଟଣୀ ବିଧାୟକ ସୁର ରାଉତରାୟ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଭବାନୀଶଙ୍କର ମହାପାତ୍ର ଓ ଟାଇମସ ୱାନ ଓଡ଼ିଆ ସମ୍ପାଦକ ଅକ୍ଷୟ କୁମାର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ସରପଞ୍ଚ ଉମାକାନ୍ତ ମେହେର ୨୦୨୨ ସାଧାରଣ ପଞ୍ଚାୟତ ନିର୍ବାଚନରେ ଏକାଧିକ ମତରେ ବିଜୟ ହାସଲ କରିଥିଲେ। ସେ ଏକାଧାରରେ ଜଣେ ସମାସେବୀ ଏବଂ ନିଜ ପଞ୍ଚାୟତକୁ କେମିତି ଡିଜିଟାଲ କରାଯିବ ସେଇଟା ହେଉଛି ତାଙ୍କ ସ୍ବପ୍ନ।ସକାଳୁ ଉଠି ନିଜ ବାଇକ୍ ଧରି ଗାଁ ଗାଁ କୁ ଯାଇ ଶ୍ରମିକ ମାନଙ୍କୁ ବୁଝେଇ ସେମାନଙ୍କୁ କେମିତି ସରକାରଙ୍କ ମନରେଗା ଯୋଜନାରେ ଥିବା ୩୦୦ ଦିନ କାର୍ଯ୍ୟ ସମସ୍ତେ କିଭଳି ପାଇବେ ତାହା କରିଥାନ୍ତି।ଲୋକଙ୍କ ସୁଖଦୁଃଖରେ ଛିଡ଼ା ହୋଇ ଭଲମନ୍ଦ ବୁଝିଥାନ୍ତି। ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବହି ଖାତା କମ୍ପାସ ବା ପଢା ସାମଗ୍ରୀ ଯୋଗାଇ ଦେଇଥାନ୍ତି ।ଆଗାମୀ ଦିନରେ ଲୋକଙ୍କ ସେବାରେ ସଦାସର୍ବଦା ନିଜକୁ ସମର୍ପିତ କରିବି ବୋଲି ଶ୍ରୀ ମେହେର କହିଛନ୍ତି।