-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
(ପ୍ରେରଣା ଖବର) କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅନ୍ତର୍ଗତ ରାମୁଡ ଗାଁର ଏକ କୂଅରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଖବର ମିଳିଛି। ଏହି ମୃତ ଦେହଟି ଜଣକ ଚାଷ ଜମି ପାଖରେ ଥିବା କୂଅରୁ ମିଳିଛି। ମୃତକଙ୍କ ପରିଚୟ ମିଳିନାହିଁ। ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ କେହି ହତ୍ୟା କରି ଯୁବକଙ୍କୁ କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ରାମୁଡ ଗାଁର ଅବଦୂତ ଶବରଙ୍କ ଚାଷ ଜମିରେ ଥିବା କୂଅରେ ଏକ ଶବ ଭାସୁଥିବା ଗାଁର କିଛି ଲୋକ ଦେଖିବାକୁ ପାଇଥିଲେ। ଗାଁ ଲୋକେ ଏନେଇ ଜମି ମାଲିକ ଓ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ କଣ୍ଟାବାଞ୍ଜି ଦମକଳ କର୍ମଚାରୀଙ୍କ ସହାୟତାରେ ଶବକୁ କୂଅରୁ ଉଦ୍ଧାର କରାଯାଇଥିବା ବେଳେ ବଲାଙ୍ଗୀର ସାଇଣ୍ଟିଫିକ ଟିମଙ୍କ ସହଯୋଗରେ ତଦନ୍ତ ଆରମ୍ଭ କରିଛି।