-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ) : ମହାମାରୀ କରୋନା ସମୟରେ ଗଠନ ହୋଇଥିବା ପିଏମ କେୟାର୍ସ ଫଣ୍ଡ ନାମରେ ଆସିଛି ଚାଞ୍ଚଲ୍ଯକର ତଥ୍ୟ। ଉପର ଚିକ୍କଣ ଭିତର ଫମ୍ପା ଭଳି ଏହାକୁ ଏକ ସରକାରୀ ପାଣ୍ଠି କୁହାଯାଉଥିବା ବେଳେ ଟ୍ରଷ୍ଟର ଦସ୍ତାବିଜ୍ରେ ଥିବା ଗୋଟିଏ ଧାରା ଏହାକୁ ଘରୋଇ ପାଣ୍ଠି ଆଡକୁ ଦର୍ଶାଉଛି । ତେଣୁ ଆରଟିଆଇ ଆଇନ ଅଧୀନରେ ଏହି ପାଣ୍ଠିର ତଥ୍ୟ ସାର୍ବଜନୀନ ହୋଇପାରିବ ନାହିଁ ବୋଲି କୁହାଯାଇଛି। କେବଳ ଏଥିପାଇଁ ପିଏମ କେୟାର ଫଣ୍ଡ ସରକାରୀ ନା ଘରୋଇ ତାହା ଏଯାବତ଼ ସ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ, ପିଏମ କେୟାର୍ସ ଫଣ୍ଡକୁ ରାଜସ୍ୱ ବିଭାଗ ଅଧୀନରେ ପଞ୍ଜିକୃତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରଷ୍ଟର ଅଧ୍ୟକ୍ଷ ରହିଛନ୍ତି । ଆଉ ୩ ଜଣ ବରିଷ୍ଠ ମନ୍ତ୍ରୀ ଏହାର ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଛନ୍ତି। ତେବେ ନିକଟରେ ଟ୍ରଷ୍ଟର କିଛି ତଥ୍ୟ ୱେବସାଇଟ୍ରେ ସାର୍ବଜନୀନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ଏହା ସରକାରୀ ଟ୍ରଷ୍ଟ ନୁହେଁ ବରଂ ଘରୋଇ ।
ଟ୍ରଷ୍ଟର ଦସ୍ତାବିଜର ଧାରା ଅନୁଯାୟୀ “ଏହା ସରକାରୀ ମାଲିକାନା ନୁହେଁ କିମ୍ବା ସରକାରଙ୍କ କୌଣସି ଅଂଶ ଏହା ଉପରେ ନିୟନ୍ତ୍ରଣ ରଖି ନାହାଁନ୍ତି ଅର୍ଥାତ୍ ଟ୍ରଷ୍ଟର କୌଣସି ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ, ନିୟନ୍ତ୍ରିତ ହେଉନାହିଁ । ଏହାର ମାଲିକାନା ମଧ୍ୟ ସରକାରଙ୍କ ଅଧୀନରେ ନାହିଁ । ସରକାର ଏହି ପାଣ୍ଠିକୁ କୌଣସି ପ୍ରକାରର ଆର୍ଥିକ ସହାୟତା କରୁନାହାନ୍ତି।” ତେବେ ଏହାପରେ ଏହି ଫଣ୍ଡ ଏକ ସରକାରୀ ସଂସ୍ଥା ନା ବେସରକାରୀ ସଂସ୍ଥା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ସୂଚନାଯୋଗ୍ୟ, ଆଜି ପିଏମ କେୟାର୍ସ ଫଣ୍ଡକୁ ନେଇ ବିରୋଧୀ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀଙ୍କୁ ତାତ୍ସଲ୍ୟ କରିଛନ୍ତି। ତାତ୍ସଲ୍ୟ କରି ଆଜି ଟୁଇଟ୍ କରି ରାହୁଲ ଲେଖିଛନ୍ତି, "ପିଏମ କେୟାରସ୍: ଚାଲନ୍ତୁ, ସ୍ଵଚ୍ଛତାକୁ ଜୁହାର" ।