-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
ମାଲକାନଗିରି:(ପ୍ରେରଣାଖବର)
ଠିକାଦାରଙ୍କୁ ହତ୍ୟା କରିବା ପରେ ୩ଟି ଗାଡି ପୋଡ଼ିଦେଲେ ମାଓବାଦୀ,ପୁଣି ମାତିଲେ ମାଓବାଦୀ ।ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଗୁରୁବାର ସକାଳେ ମାଥିଲି ବ୍ଲକ୍ ଅଞ୍ଚଳର ମହୁପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଳିଆଗୁଡ଼ା ଗ୍ରାମ ନିକଟରେ ନକ୍ସଲ୍ମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ୩ ଟି ଗାଡ଼ି ପୋଡ଼ି ପକାଇଛନ୍ତି ।ମାଲକାନଗିରି ମାଥିଲି ଥାନା ଜନ୍ଦ୍ରାଗୁଡା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ରାସ୍ତା କାମ ତଦାରଖ କରିବାକୁ ଠିକାଦାର ସୁକୁମାର ମଣ୍ଡଳ ଆଜି ସକାଳ ପ୍ରାୟ ୯ଟା ବେଳେ ଏକ ବୋଲେରୋ ଗାଡ଼ିରେ ସେଠାରେ ପହଞ୍ଚିଥିଲେ। ସେହି ସମୟରେ ନକ୍ସଲ୍ମାନେ ତାଙ୍କୁ ଗାଡ଼ିରୁ ବାହାର କରି ଆଣି ହତ୍ୟା କରିଥିଲେ। ତାଙ୍କୁ ହତ୍ୟା କରିବା ପରେ ନକ୍ସଲ୍ମାନେ ତାଙ୍କର ତିନୋଟି ଗାଡ଼ିକୁ ମଧ୍ୟ ପୋଡ଼ି ପକାଇଛନ୍ତି ।
ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ମାଲକାନଗିରି ପୁଲିସ ଦୁଇଟି ଏନକାଉଣ୍ଟରରେ ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ହତ୍ୟା କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ମାତ୍ର ଲାଲଗଡ କୁହାଯାଉଥିବା ମାଲକାନଗିରି ଜିଲ୍ଳାର ସ୍ବାଭିମାନ ଅଞ୍ଚଳରେ ୭ଟି ‘ବିଏସ୍ଏଫ୍’ କ୍ୟାମ୍ପ ସ୍ଥାପନ କରାଯିବା ସହ ‘ଏସ୍ଓଜି’ ଏବଂ ଡିଭିଏଫ ଯବାନଙ୍କ ଦ୍ବାରା ଘନ ଘନ ଚଢ଼ାଉ କରାଯିବା କାରଣରୁ ମାଓବାଦୀମାନେ ଏକ ପ୍ରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହଉଛନ୍ତି ।ଆଜିର ଏହି କାଣ୍ଡ ପରେ ଏ ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ ।