-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
04-Dec-2023
ବଲାଙ୍ଗିର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଦେଓଗାଁ ବ୍ଲକ ଅନ୍ତର୍ଗତ ସଲେପାଳି ଜଗତ ବନ୍ଧୁ ଶିକ୍ଷା ନିକେତନ କାର୍ଯ୍ୟଳୟ ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ
ହୋଇଯାଇଛି l ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର, ଦେୱାନି ନ୍ୟାୟାଧୀଶ ଜନ୍ମେଜୟ ପଳେଈ, ଡିପ୍ଲୋମା କଲେଜ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ କୁମାର ମେହେର, ଜଗତ ବନ୍ଧୁ ଶିକ୍ଷା ନିକେତନ ପରିଚାଳକ କର୍ଣ୍ଣିୟାର ପ୍ରଧାନ, ପ୍ରଧାନ ଶିକ୍ଷକ ସଙ୍କଟ ପଧାନ ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ପାଇଁ ଥିବା ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ଏହି ଶିବିରରେ ଶ୍ରୀ ପାତ୍ର ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ତାତ୍ପର୍ଜ୍ୟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କିପରି ମାଗଣା ଆଇନ ସେବା ଯୋଗଉଛି ତା ସମ୍ପର୍କରେ ବିସ୍ତୃତ ବୁଝାଇ ଥିଲେ ।