-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
03-Dec-2023
ମୁରିବାହଲ( ସୁଦାମ ଚରଣ ବଘାର): ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ବ୍ଲକ ସଭାଗୃହ ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ଶିବିରରେ ଜ଼ିଲ୍ଲାର ୭ ଗୋଟି ସଂସ୍ଥା ଉପସ୍ଥିତ ରହି ନିଜ ନିଜ ନିଯୁକ୍ତି ବିଷୟରେ ଅବଗତ କରାଇ ଥିଲେ I
ଏହି ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିରରେ ମୁରିବାହାଲ ଆକାଉଣ୍ଟ ଅଧିକାରୀ ଘେନୁରାମ ତାଣ୍ଡି କଂର ଅଧକ୍ଷତାରେ ଶିବିରରେ ଜ଼ିଲ୍ଲା ନିୟୋଜିତ ଅଧିକାରୀ କେଶବ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ୱବଧାନରେ ଶିବିରରେ ବଲାଙ୍ଗୀରର ଜଣଶିକ୍ଷଣ ସଂସ୍ଥା, ଗାନ୍ଧମାର୍ଦ୍ଧନ ସରକାରି ଶିଳ୍ପ ତାଲିମ ଶିବିର, କଣ୍ଟାବାଞ୍ଜି, ପି,ଏମ କେ କେ,ଡିପିଯୁଜିକେଓ୍ବାଇ ବଲାଙ୍ଗୀର ପିଲିଟେକିନାକ ଓ ଆଶ୍ରପା ଷ୍ଟିଲ ଡ଼େଭଲପମେଣ୍ଟ, ପ୍ରଭୃତି ସଂସ୍ଥା ଉପସ୍ଥିତ ରହି ମୁରିବାହାଲ ବ୍ଲକ ର ୨୨ ଗୋଟି ଗ୍ରାମ ପଂଚାୟତର ବେକାରୀ ଯୁବକ ଯୁବତୀ ମାନେ କିପରି ନିୟୋଜିତ ହୋଇ ଅର୍ଥ ଉପାଜର୍ଣ୍ଣ କରିପାରିବେ ସେହିଉପରେ ବିଷଦ ଭାବରେ ଆଲୋଚନା କରା ଯାଇଥିଲା, ଏହା ସହ ବେକାର ଯୁବତୀ ଓ ଯୁବକ ମାନେ ନିଜର ଦକ୍ଷତା ଅନୁସାରେ ତାଲିମ ଦେଇ ନିୟୋଜିତ ହୋଇ ପାରିବେ ବୋଲି ଅଧିକାରୀ ମାନେ ମତାବ୍ୟକ୍ତ କରି ଥିଲେ I କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଅଧିକାରୀ ଏନ ଜେ, ଥିଓଫିଲ, ମିଶନ ଶକ୍ତି ର ବିପିସି, ଉଜ୍ୱଳ ପୁଟେଲ ପ୍ରମୁଖ ଉପସ୍ଥିତ ରହି ବେକାର ଯୁବତୀ ଓ ଯୁବକ ମାନଙ୍କୁ ନିଯୁକ୍ତି ଭିତ୍ତିକ ପରାମର୍ଶ ଉପରେ ନିଜର ମତ ରଖିଥିଲେ I