-+91-9937148622 |

prerana_bgr@rediffmail.com |

  Thursday 6th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||      *ସୋନପୁର ଠାରେ ହାପ୍ ଡେଲି ଷ୍ଟୋର ର ଶୁଭ ଉଦ୍ଘାଟନ*-   (04-Aug-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||     

HOME   ରାଜ୍ୟ

ନିଖୋଜ ଶିଶୁଙ୍କୁ ପାଇଁ ସବୁ ବିଧାନସଭାରେ ଜନଜାଗରଣ ସଭା କରିବ ବିଜେପି ମହିଳାମୋର୍ଚ୍ଚା ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବୀ ।

16-Dec-2020



ଭୁବନେଶ୍ୱର,(ପ୍ରେରଣା ଖବର) ସାରା ରାଜ୍ୟରେ ଏବେ ଶିଶୁମାନେ ନିଖୋଜ ହେବାରେ ଲାଗିଛନ୍ତି ।  ଗତ ୪ ମାସ ତଳେ ନୟାଗଡରେ ୫ ବର୍ଷର ଶିଶୁ ପରୀକୁ କିଛି ଦୁର୍ବୃତ ଅପହରଣ କରି ହତ୍ୟା କରିଥଲେ । ଏହି ଘଟଣା ପରେ ଯାଜପୁର ମଧୁସୁଦନ ଗାଁର ୨ ବର୍ଷର ଝିଅ ପିହୁ କୁଆଡେ ନିଖୋଜ ହୋଇଛି । ପୁଣି ନୟାଗଡ ରଣପୁର ଥାନା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀକୁ କିଛି ଦୁର୍ବୃତ ଅପହରଣ କରି ହତ୍ୟା କରିବା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଆଜି ବିଜେପି ଅଭିଯୋଗ କରିଛି।ଗତକାଲି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ସ୍ମୃତି ପଟ୍ଟନାୟକ ନେତୃତ୍ୱରେ ମୋର୍ଚ୍ଚାର ୯ ଜଣିଆ ପ୍ରତିନିଧୀ ଦଳ ସରଜମିନ ତଦନ୍ତ କରିବା ପାଇଁ ଘଟଣାସ୍ଥଳକୁୁ ଘଟଣାକୁ ଅନୁଧ୍ୟାନ କରିବା ସହ ମୃତା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ରାଜ୍ୟ କାର୍ଯ୍ୟାଳୟର ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ନାବାଳିକା ସ୍ୱାତୀକୁ କିଛି ଦୁର୍ବୃତ ସ୍ୱାତୀକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଛନ୍ତି । ଗାଁ ମୁଣ୍ଡ ପୋଖରୀରେ ସ୍ୱାତୀର ଭସା ଶବର ଜଣାପଡୁଛି କି, ତାକୁ ହତ୍ୟା କରି ପୋଖରୀର ଦଳକୁ ଆଡେଇ ଫିଙ୍ଗିଦିଆଯାଇଛି ।  ମୃତା ସ୍ୱାତୀ ମୁହଁରେ କ୍ଷତ ଥିବା ସହ ଗାଲ ଏବଂ ଆଖିରୁ ରକ୍ତ ବାହାରୁଥିଲା । ପୋଲିସର ଅବହେଳା ଯୋଗୁଁ ଆଜି ଆଉ ଏକ ଶିଶୁ ହତ୍ୟାର ଶିକାର ହୋଇଛି । ଏହି ଘଟଣାରେ ମୃତା ସ୍ୱାତୀକୁ ହତ୍ୟାକରିଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ ଏହି ହତ୍ୟାକାଣ୍ଡର ତଦନ୍ତଭାର ସିବିଆଇକୁ ଦେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି ।ଓଡିଶାରେ ପ୍ରତ୍ୟେକ ଦିନ ଏପରି ଘଟଣା ସାମ୍ନାକୁ ଆସୁଛି । ପୋଲିସ ନିଷ୍କ୍ରିୟତା ଯୋଗୁଁ ନିଖୋଜ ଶିଶୁର ପରିବାର ଲୋକ ନ୍ୟାୟ ପାଇବାରୁ ବଂଚିତ ରହୁଛନ୍ତି । ଗତ ୨ ବର୍ଷରେ ରାଜ୍ୟରେ ୪ ହଜାରରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ଅଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ବିଧାନସଭାରେ ଦୁଃଖିତ କହି ରହିଗଲେ ହେବ ନାହିଁ । ନିରିହ ଶିଶୁମାନଙ୍କୁ ଅପହରଣ ଓ ହତ୍ୟା କରୁଥିବା ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି । ସରକାର କେବଳ ନିଜ ଲୋକଙ୍କୁ ଘଣ୍ଟ ଘୋଡାଇବା ପାଇଁ ହାତ ଗୋଡ ବାନ୍ଧିକି ବସିଛି । ଏ ସରକାର ମହିଳା ଏବଂ ନାବାଳିକାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ଥିଲା ଏବେ ଶିଶୁଙ୍କୁ ବି ସୁରକ୍ଷା ଦେଇପାରୁନାହାଁନ୍ତି ରାଜ୍ୟସରକାର । ପରୀ ହତ୍ୟାକାଣ୍ଡ ଘଟଣାରେ ପୀଡିତା ପରିବାରକୁ ନ୍ୟାୟ ମିଳି ନଥିବାବେଳେ ସମାନ ଢଙ୍ଗରେ ସେହି ଜିଲ୍ଲାରେ ଆଉ ଏକ ୩ ବର୍ଷ ଝିଅ ସ୍ୱାତୀର ଅପହରଣ ଓ ହତ୍ୟା ସରକାରଙ୍କ ନିଷ୍କ୍ରିୟତାକୁ ପ୍ରମାଣ କରୁଛି । ଆଗାମୀ ଦିନରେ ପରୀକୁ ନ୍ୟାୟ ଦେବା ପାଇଁ ଭୁବନେଶ୍ୱରରୁ ଡିସେମ୍ବର ୨୦ତାରିଖରୁ ବିଶାଳ ପଦଯାତ୍ରା ଆରମ୍ଭ କରାଯିବ । ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ୧୪୭ ବିଧାନସଭାରେ ଜନଜାଗରଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବାନୀ ଦେଇଛନ୍ତି ।ପରୀ ହତ୍ୟା ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ପରୀକୁ ନ୍ୟାୟ ଦେବା ପାଇଁ ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି ତେବେ ଏବି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ଏବଂ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନ ଏବଂ ମହିଳାମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   05-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026
  ଜିଲ୍ଲା  
ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   05-Aug-2026
  ଜିଲ୍ଲା  
ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   05-Aug-2026

You Might Also Like