-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
24-Nov-2023
ବଲାଙ୍ଗିର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଙ୍କୁ ପ୍ରାଣlନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ବଲାଙ୍ଗିର ସଦର ଥାନା କୁରଲୁ ପାଲି ଗାଁ ର ନରେଶ ମହାନ୍ତି(୩୮) ବୋଲି ଜଣାପଡିଛି l ସୂଚନାରୁ ପ୍ରକାଶ ଯେ ,ଆଜି ସକାଳେ ନରେଶ ଘର ରୁ ବାହାରି ଯାଉଥିବା ବେଳେ ସେହି ଗାଁ ର କlକା ପୁତୁରା ଯୁଗଳ ବାଙ୍କ ଓ ସୁରେଶ ବାଙ୍କ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନରେଶଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା l ଗୁରୁତର ଅବସ୍ଥାରେ ନରେଶଙ୍କୁ ୧୦୮ ଆମ୍ବୁଲାନ୍ସରେ ଗାଁ ରୁ ଅଣାଯାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗରେ ଭର୍ତି କରଯାଇଛି