-+91-9937148622 |

prerana_bgr@rediffmail.com |

  Thursday 6th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||      *ସୋନପୁର ଠାରେ ହାପ୍ ଡେଲି ଷ୍ଟୋର ର ଶୁଭ ଉଦ୍ଘାଟନ*-   (04-Aug-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||     

HOME   ଜିଲ୍ଲା

ଅନ୍‌ଲାଇନ୍ ମାଧ୍ୟମରେ ଜୋନ୍ ସ୍ତରୀୟ କଳାଉତ୍ସବ ଆୟୋଜିତ

16-Dec-2020



ବଲାଙ୍ଗିର:(ସନ୍ତୋଷ କୁମାର ଠ।।କୁର)- ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ବହୁମୁଖୀ ସଭାଗୃହରେ ଜୋନ୍ ସ୍ତରୀୟ କଳାଉତ୍ସବ-୨୦୨୦କୋଭିଡ୍ କଟକଣା ଯୋଗୁଁ ଅନ୍‌ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ନିଳମଣୀ ପଟେଲଙ୍କ ଉଦ୍ୟମରେ ପରିଚାଳିତ ଉକ୍ତ ପ୍ରତିଯୋଗିତାରେ ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଅଂଶ ଗ୍ରହଣ କରିଥିଲେ । ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତ, ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର, ପାରମ୍ପରିକ ଲୋକ ବାଦ୍ୟ ଯନ୍ତ୍ର, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ଚିତ୍ରକଳା ୨-ଡି, ଚିତ୍ରକଳା ୩-ଡି, ଦେଶୀୟ ଖେଳଣା ଓ ଖେଳ ଆଦି ୯ଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗର ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ରୋନକ୍ ମହାନ୍ତି (ବଲାଙ୍ଗିର), ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତରେ ରୋହନ ମିଶ୍ର(ବଲାଙ୍ଗିର), ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରରେ ବିବେକାନନ୍ଦ ତାଣ୍ଡି(ବଲାଙ୍ଗିର), ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତରେ ଦେବ ରଞ୍ଜନ ପଣ୍ଡା (ସୋନପୁର), ଲୋକନୃତ୍ୟରେ ଅର୍ପଣ ବୈଭବ ବାରିକ (ବଲାଙ୍ଗିର), ଚିତ୍ରକଳା ୨-ଡିରେ ସ୍ମୃତି ରଂଜନ ବେହେରା (କଳାହାଣ୍ଡି), ଚିତ୍ରକଳା ୩-ଡିରେ ମହିମ କୁମାର ନାଏକ (କଳାହାଣ୍ଡି), ଦେଶୀୟ ଖେଳଣା ଓ ଖେଳରେ ପ୍ରେମାଶିଷ ପାଣ୍ଡିଆ (ବଲାଙ୍ଗିର) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳିକା ବିଭାଗର ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ  ଅନ୍ତରା ପଟ୍ଟନାୟକ (କଳାହାଣ୍ଡି), ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତରେ ଜୁଲୀ ପଟ୍ଟନାୟକ (କଳାହାଣ୍ଡି), ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରରେ ନେନ୍ସି ପାତ୍ର (କଳାହାଣ୍ଡି), ଶାସ୍ତ୍ରୀୟ ନୃତ୍ୟରେ ଆତ୍ମନ୍ ତ୍ରିପାଠୀ (ବଲାଙ୍ଗିର), ଲୋକ ନୃତ୍ୟରେ ସୀମା ରାଣୀ ମହାରଣା (କଳାହାଣ୍ଡି), ଚିତ୍ରକଳା ୨-ଡିରେ ମୌସୁମୀ ପି.ସେଠ୍ (ବଲାଙ୍ଗିର), ଚିତ୍ରକଳା ୩-ଡିରେ ଶ୍ୱେତାପିସ୍ପିତା ସାହୁ (ସୋନପୁର), ଦେଶୀୟ ଖେଳଣା ଓ ଖେଳରେ ଅବନ୍ତିକା ଜେନା (ବଲାଙ୍ଗିର) ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ କଳା ଉତ୍ସବକୁ ଉନ୍ନୀତ ହୋଇଛନ୍ତି । ବିଚାରକ ଭାବରେ ଦୀପକ କୁମାର ବରାଳ, ଗୌର ଚନ୍ଦ୍ର ମହାପାତ୍ର, ପଦ୍ମ ଚରଣ ଆଚାର୍ଯ୍ୟ, ଭକ୍ତ ଚରଣ ନାଏକ, ମୂରଲୀଧାରୀ ପତି, ଶମ୍ଭୁ ପ୍ରସାଦ ନାଏକ, ଦିଲୀପ ସିଂଦେଓ, ବାସୁଦେବ ମେହେର ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଏସ.ସି./ଏସ.ଟି ସଂଯୋଜକ ଆଶୁତୋଷ ମହାନ୍ତି, କରୁଣା ସା,  ଅନୀଲ ନନ୍ଦ, ବିଶ୍ୱଜିତ ପଧାନ, ଅଶ୍ୱିନୀ ଷଡଙ୍ଗୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ସୂଚନା ଯୋଗ୍ୟ ଯେ, ଜୋନାଲ୍ ସ୍ତରୀୟ କଳାଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ  ଚଳିତ ମାସ ୧୮ ତାରିଖରେ ପୃଥ୍ୱୀରାଜ ହାଇସ୍କୁଲ ର କନଫରେନ୍ସ ହଲ ଠାରେ ରାଜ୍ୟ ସ୍ତରୀୟ କଳାଉତ୍ସବରେ ଅନଲାଇନ୍ ମାଧ୍ୟମରେ ଭାଗ ନେବେ । 


News Comment




Photo in News

Advertisment
Lastest News
ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   05-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026
  ଜିଲ୍ଲା  
ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   05-Aug-2026
  ଜିଲ୍ଲା  
ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   05-Aug-2026

You Might Also Like