-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
ଆଗଲପୁର, (ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଗଲପୁର ଠାରେ ଭାରତୀୟ ଜନତା ପାଟି, ଓଡିଶା ପ୍ରଦେଶ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ୨ଦିନିଆଁ ମଣ୍ଡଳ ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇଯାଇଛି l ଆଜି ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଦତ୍ତାନନ୍ଦ ପଣ୍ଡା ଯୋଗ ଦେଇଥିଲେ l ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ଅନେକ ଜନହିତକର ଯୋଜନା ବିଷୟରେ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଝାଇଥିଲେ l ଶିବିରରେ ଜିଲ୍ଲାପରିଷଦ ଅଧକ୍ଷା ଭାରତୀ ମହାନନ୍ଦ, ୨ନମ୍ବର ଜୋନର ଜିଲ୍ଲାପରିଷଦ ଶ୍ରୀମତୀ ସୁକୁମାରୀ ଧରୁଆ, ମଣ୍ଡଳ ସଭାପତି ଉମେଶ ପଟେଲ, ପିତାମ୍ବର କଣ୍ଟା ଓ ଆଗଲପୁର ବ୍ଲକର ସମସ୍ତ ପଞ୍ଚାୟତ ପ୍ରମୁଖ ଓ ଅନେକ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ l ଏହି ଶିବିର ଆସନ୍ତା କାଲି ଉଦଯାପିତ ହେବ ବୋଲି ଜଣା ପଡ଼ିଛି l