-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||     

HOME   ଜିଲ୍ଲା

କୋସଲମହାବନ୍ଦର ମହାପ୍ରଭାବ... ବଲାଙ୍ଗୀର ଜିଲ୍ଲାରେ ଅଖଚକ, ଦୋକାନବଜାର, ବ୍ୟାଙ୍କ, ବୀମାକାର୍ଯ୍ୟାଳୟ ବନ୍ଦ

18-Nov-2023



ବଲାଙ୍ଗୀର(ପ୍ରେରଣା ଖବର)- କୋସଳାଞ୍ଚଳକୁ ସରକାର ଅଣଦେଖା କରୁଥିବା ଓ ବୈମାତୃକ ମନୋଭାବ କାରଣରୁ ଏହି ଅଞ୍ଚଳ ଅର୍ଥନୈତିକ ସ୍ତରରେ ଅନୁନ୍ନତ ହୋଇଯାଇଛି । ଏହି ଅଞ୍ଚଳର ସାଂସ୍କୃତି ଓ ଭାଷାକୁ ହୀନମନ୍ୟ ଦେଖାଯାଉଛି । ତେଣୁ ସ୍ୱତନ୍ତ୍ର କୋସଳରାଜ୍ୟ ଗଠନ କରିବାକୁ ଦୀର୍ଘ ୪୦ବର୍ଷ ହେଲା ଦାବି ହୋଇ ଆସୁଛି । ଏବେ ଏହି ଦାବି ତ୍ରୀବ୍ର ହେବାରେ ଲାଗିଛି । ଆଜି କୋସଲବାଦୀ ସଂଗଠନମାନେ କୋସଳାଞ୍ଚଳକୁ ବନ୍ଦ ଡାକରା ଦେଇଛନ୍ତି । ଏହାର ପ୍ରଭାବ ବଲାଙ୍ଗୀରରେ ଅନୁଭୂତ ହେଉଛି । ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ସଦରମହକୁମା, ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ତୁଷୁରା, ସଇଁତଳା, ଲୋଇସିଂହା, ଆଗଲପୁର, ଚନ୍ଦନଭାଟି, ଚୁଡାପାଲିରେ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା । ବଲାଙ୍ଗୀର ଜିଲ୍ଲାରେ ଯାନବାହନ ଚଳାଚଳ, ସ୍କୁଲ କଲେଜ, ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । କେବଳ କୋର୍ଟ, ଥାନା ଓ ଡାକ୍ତରଖାନାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିଥିବା ଦେଖାଯାଇଥିଲା ।

ସହରର ଦୋକାନବଜାର ସ୍ୱତଃପ୍ରବୃତ ଭାବରେ ବନ୍ଦ ରହିଥିଲା । ସରକାରୀ ଓ ବେସରକାରୀ ବସଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଫଳରେ ବଲାଙ୍ଗୀର ଜିଲ୍ଲା ଏକପ୍ରକାର ଠପ ହୋଇଯାଇ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଆଜି ସକାଳୁ କୋସଲ ସମନ୍ୱୟସମିତି, କୋସଲ ସେନା, କୋସଲ ରାଜ୍ୟମୁକ୍ତି ମୋର୍ଚ୍ଚା ଇତ୍ୟାଦି ସଂଗଠନର କାର୍ଯ୍ୟକର୍ତ୍ତାମାନେ ପିକେଟିଂ କରିଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ମୋଟରସାଇକେଲ ଶୋଭାଯାତ୍ରା କରାଯାଇ ଏହି ବନ୍ଦକୁ ଖୋଲା ସମର୍ଥନ ଜଣାଇଥିଲେ । ବଲାଙ୍ଗୀର ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ଆଜିର ବନ୍ଦକୁ ସମର୍ଥନ ଜଣାଇଥିଲେ । ଶତାଧିକ କଂଗ୍ରେସକର୍ମି ମଧ୍ୟ ଆଜି ବନ୍ଦ ପିକେଟିଂରେ ସାମିଲ ହୋଇଥିବାର ଦେଖାଯାଇଥିଲା । ସେହିପରି ଲୋଇସିଂହାର ବିଜେପି ବିଧାୟକ ଡ.ମୁକେଶ ମହାଲିଙ୍ଗ, ବଲାଙ୍ଗୀର ଏକ୍ସନ କମିଟିର ଆବାହକ ତଥା ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିଲେ । ପିକେଟିଂ ସମୟରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନକେନ୍ଦ୍ରଠାରେ ଜାତୀୟକ୍ରୀଡା ପାଇଁ ହେଉଥିବା ୱାର୍କସପକୁ ଆନ୍ଦୋଳନକାରୀମାନେ ପହଞ୍ଚି ବନ୍ଦ କରାଇଥିଲେ ଓ ସେଠାରେ ଚୌକିଟେବୁଲ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ କୋସଲ ସେନାର ୭ଜଣ କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରିବା ପରେ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆନ୍ଦୋଳନକାରୀମାନେ ଟାଉନଥାନାକୁ ପହଞ୍ଚି ଥାନକୁ ଘେରାଉ କରିଛନ୍ତି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ କୋସଲବାଦୀ ନେତା ତଥା କୋସଲ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଓଡିଶା ସହିତ ଗଡଜାତ ଅଞ୍ଚଳର ମିଶ୍ରଣଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହୋଇଥିବା ପ୍ରତାରଣା ବିଷୟରେ କହି ସ୍ୱତନ୍ତ୍ର କୋସଳରାଜ୍ୟ ହିଁ ଏହାର ଶେଷ ବିକଲ୍ପ ବୋଲି ଆହ୍ୱାନ ଦେଇଥିଲେ । ଏହି ଅଞ୍ଚଳର ଖଣି, ଖାଦାନ, କେନ୍ଦୁପତ୍ର, ଚାରମହୁଲର ରୟାଲ୍ଟି ନେଇ ଓଡିଶା ସରକାର ଉପକୂଳ ଅଞ୍ଚଳର ଜିଲ୍ଲାମାନଙ୍କରେ ଖର୍ଚ୍ଚ କରୁଛି । କିନ୍ତୁ ଜାଣିଶୁଣି କୋସଳାଞ୍ଚଳକୁ ଅଣଦେଖା କରି ରଖାଯାଇଛି । ତେଣୁ ଆଗକୁ ଆନ୍ଦୋଳନକୁ ତ୍ରୀବ୍ର

କରାଯାଇ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର ରାଜ୍ୟ ଦାବି କରାଉଛି ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ସେହିପରି ଅବଦୁଲ ଜମାଲ ଖାନ, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଛାତ୍ରକଂଗ୍ରେସର ଅଙ୍କିତ ସାହୁ, କିଷାନ କଂଗ୍ରେସର ସାନନ୍ଦ ମିଶ୍ର, ନଗର କଂଗ୍ରେସର ବୁଲୁ ଦାନୀ, କୋସଲସେନାର ସଭାପତି କୌସ୍ତୁଭ ସାହୁ, ନାଗରିକ କମିଟିର ବିକ୍ରମାନନ୍ଦ ବହିଦାର, ବସନ୍ତ ଆଚାର୍ଯ୍ୟ, କୋସଲବାଦୀ ନେତା ରବି ମିଶ୍ର, ଡୋଲାମଣୀ ମିଶ୍ର,ଡ.ଘାସିରାମ ମିଶ୍ର, ଗୋପଭୂଷଣ ନାଥ, ମିଳିତ ଟ୍ରେଡୟୁନିୟନର ସଭାପତି ବିଭୁଦତ୍ତ ମିଶ୍ର, କଂଗ୍ରେସର ଅଜୟ ବାଲି, ଲିପନ ମିଶ୍ର, କୈଳାଶ ମିଶ୍ର, ଝୁଲୁ ପଟ୍ଟନାୟକ, କୋସଲ କ୍ରାନ୍ତିଦଳର ଭରତ ପୃଷ୍ଟି,ଦଳିତନେତା ଦ୍ରୋଣ କୁମ୍ଭାର,ଭିଲେଜର୍ସ ଇଣ୍ଡିଆପାର୍ଟିର ଡ,ବିପିନ କୁସଲିଆ ପ୍ରମୁଖ  ଆଞ୍ଚଳିକ ବୈଷମ୍ୟକୁ ନେଇ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । 
 ଠିକ ସେହିପରି ପାଟଣାଗଡରେ ମୋଟରସାଇକେଲ ରାଲି, ବେଲପଡା, ମଣ୍ଡଳ,ଯୋଗିମୁଣ୍ଡାରେ ବନ୍ଦର ପ୍ରଭାବ ଦେଖା ଦେଇଥିଲା । ବଲାଙ୍ଗୀର ଚନ୍ଦନଭାଟି ରାସ୍ତାର କଣ୍ଟାପାଲି ଛକରେ ମୁଖ୍ୟରାସ୍ତା ଉପରେ ବିକ୍ଷୋଭକାରୀ ଟାୟାର ଜାଳି ଆନ୍ଦୋଳନ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   01-Sep-2026
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026

You Might Also Like