-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
18-Nov-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଗତକାଲି ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଥିଲା। କଣ୍ଟାମାଲ ବସଷ୍ଟାଣ୍ଡରୁ ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ଆସି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ଦଳୀୟ ନେତା ଓ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ବ୍ଲକ୍ ଅଫିସ୍ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ବଢି ଚାଲିଛି। କେନ୍ଦ୍ରୀୟ ଯୋଜନାକୁ ଅତ୍ମସାତ୍ କରଯାଇ ସରକାର ବାହାବା ନେଉଥିବା ବିଜେପି ସଭାପତି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ। ବୌଦ୍ଧ ବ୍ଲକ୍ ଅଫିସ୍ରେ
ପ୍ରଧାନମନ୍ତ୍ରୀ ଆବସ ଘର ଯୋଗାଣରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିଲା ଅଭିଯୋଗ କରିଛି ବିଜେପି । ଓଡ଼ିଶା ସରକାରଙ୍କ ୨୩ ବର୍ଷଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଦୁର୍ନୀତ, ଅନିୟମିତତା ଉପରେ ବର୍ଣ୍ଣନା କରି ବକ୍ତବ୍ୟ ଦେଇ ଥିଲେ। କାର୍ଯ୍ୟକ୍ରମରେ ବିଜେପି ନେତା
କହ୍ନେଇ ଚରଣ ଡାଙ୍ଗ, ଓଁପ୍ରକାଶ ମିଶ୍ର, ୨ନମ୍ବର ଜୋନ ଜିଲ୍ଲା ପରିଷଦ ପଦ୍ମାଳୟା ପ୍ରଧାନ, ୪ନମ୍ବର ଜୋନ ଜିଲ୍ଲା ପରିଷଦ ରାକେଶ ତ୍ରିପାଠୀ, ୧ନମ୍ବର ଜୋନ ମଣ୍ଡଳ ସଭାପତି ପିନାକଧର ରଣା ଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ।