-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
17-Nov-2023
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଗତକାଲି ପରିଦର୍ଶନ କଲେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର। ପ୍ରଥମେ ପାଟଣାଗଡ଼ ସହର ସ୍ଥିତ ସୁଭଦ୍ରା ଭବନରେ ଆୟୋଜିତ ହୋଇଥିବା ଭୀମାଭୋଇ ଭିନ୍ନକ୍ଷମ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ପରେ ପାଟଣାଗଡ଼ ବ୍ଳକ ଭଇଁଷା ଗାଁ ର ଯୁକ୍ତ ଦୁଇ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବରେ
ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ତାପରେ ପାଟଣାଗଡ ନିଖିଳ ଓଡ଼ିଶା ବାରିକ ସାମାଜ ପକ୍ଷରୁ
ଆୟୋଜିତ ସମାରୋହରେ ଯୋଗଦାନ କରିଥିଲେ। ତାଙ୍କ ସାଙ୍ଗରେ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ , ଏନ୍ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ବାଳ, ଏନ୍ ଏ ସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର ଓ ଅନ୍ୟାନ୍ୟ ବିଜେଡି ନେତା ଉପସ୍ଥିତ ଥିଲେ। (ପୂର୍ଣ୍ଣ ଶଶୀ ଶେଖର ରାଓ ଙ୍କ ରିପୋର୍ଟ )