-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
17-Nov-2023
କଟକ (ପ୍ରେରଣା ଖବର ): ଶିଶୁ ହିଁ ଆମ ରାଷ୍ଟ୍ର ତଥା ସମାଜର ଭବିଷ୍ୟତ।। ଶିଶୁ ହସିଲେ ଆମ ଦୁନିଆ ହସିବ। ଶିଶୁ ମାନଙ୍କ ଭିତରେ ଥିବା ପ୍ରତିଭାକୁ ଖୋଜି ବାହାର କରି ସେମାନଙ୍କୁ ରାଷ୍ଟ୍ର ର ବିକାଶ କ୍ଷେତ୍ରରେ ସାମିଲ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ଏହି ଶିଶୁ ଦିବସ ପାଳନ ଉପଲକ୍ଷେ ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ " ଶିଶୁ ହିଁ ରାଷ୍ଟ୍ରର ପ୍ରକୃତ ସମ୍ପତି" ଶୀର୍ଷକ ଆଲୋଚନାଚକ୍ର ସଂଘ ର ସଭାନେତ୍ରୀ ଡ଼ଃ ପ୍ରତିମା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଉପଲକ୍ଷେ ପ୍ରଥମେ ଚାଚl ନେହେରୁଙ୍କ ଫୋଟୋ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲ। ଏହାପରେ ସଂଘ ପକ୍ଷରୁ ଶିଶୁ ମାନଙ୍କ ପାଇଁ କେକ୍ କଟାଯାଇଥିଲା। ଏହି
କେକ କୁ ବସ୍ତିଅଞ୍ଚଳର ପିଲାମାନେ କାଟିଥିଲେ।ଡ୍ରଇଂ ଓ ରଙ୍ଗୋଲୀ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ମହିଳା ଓ ପିଲାମାନଙ୍କୁ ସଂଘ ସଭାନେତ୍ରୀ ପୁରସ୍କୃତ କରିଥିଲେ।ସଙ୍ଘର ସମ୍ପାଦିକା ଆଭା କାନୁନଗୋ ପିଲାମାନଙ୍କୁ ଭଲ ମଣିଷ ହେବାପାଇଁ କହିଥିଲେ। ସଂଘ ର ସଂଗଠନ ସମ୍ପଦିକl ମୀରା ବେଉରା ଶିଶୁ ଦିବସ ପାଳନ ହେବାର ତାତ୍ପର୍ଯ୍ୟ ର ଆଭିମୁଖ୍ୟ ଉପସ୍ଥାପନା କରି ଶିଶୁ ମାନଙ୍କୁ ସାହସୀ ଓ ସ୍ପଷ୍ଟବାଦୀ ହେବା ପାଇଁ କହିଥିଲେ। କାର୍ଯକ୍ରମକୁ କାର୍ଯକାରୀ କମିଟି ସଭ୍ୟା କଲ୍ୟାଣୀ ସାହୁ, ବୈଜୟନ୍ତି ମାଲା ଖଟୁଆ ପରିଚଳନ। କରିଥିଲେ। ପରିଶେଷରେ ବସ୍ତି ଅଞ୍ଚଳର ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ। ସଂଘ ପକ୍ଷରୁ ପିଲାମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା। ଗିତlଶ୍ରୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।