-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
16-Nov-2023
ବଲାଙ୍ଗିର, ଗତ ୧୫ ତାରିଖ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଂପାଦକ ଅମନ ନାଗଙ୍କ ହୃଦ୍ଘାତରେ ପରଲୋକ ପୋଇଯାଇଛି । ସ୍ୱର୍ଗତ ନାଗଙ୍କ ଅକାଳ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁୁୁ ସ୍ଥାନୀୟ ବାର୍ ହଲ୍ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମନିଟି ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ, ଏଡ୍ଭୋକେଟ ଭବାନୀ ଶଙ୍କର ଶତପଥୀ, ଅଶୋକ ରାଉତ, ଲତାଶ୍ରୀ ରାଓ ପ୍ରମୁଖ ସ୍ୱର୍ଗତ ଅମନ ନାଗଙ୍କ ସ୍ମୃତିଚାରଣ କରିବା ସହ ଜିଲ୍ଲା ଓକିଲ ସଂଘର ବିଭିନ୍ନ ଗଠନମୂଳକ କାମରେ ଅମନ ନାଗଙ୍କ ମହାନୀୟ ଅବଦାନ ସଂପର୍କରେ ମନେ ପକାଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ଓକିଲ ସଂଘର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।