-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
15-Nov-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟମାଳ ବିଧାୟକ ଶ୍ରୀଯୁକ୍ତ ମହିଧର ରଣା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଳାସପୁର , ଶୁଣ୍ଢି ପଦର ଗସ୍ତରେ ଯାଇ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ l ଏହି ଗସ୍ତ ସମୟରେ ବିଳାସପୁର ଶିବ ମନ୍ଦିର ଠାରେ ପହଞ୍ଚି ସୁବେଦାର ଲଳିତ କୁମାର ସାହୁ, ପୂର୍ବତନ ସରପଞ୍ଚ ଅଜିତ ସାହୁ ଓ ସମବାୟ ସମିତି ସଭାପତି ପ୍ରଭାସ କ୍ଷେତି ଙ୍କ ନେତୃତ୍ବରେ
ବିଳାସପୁର ଗ୍ରାମବାସୀଙ୍କୁ ସାକ୍ଷାତ କରି ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ବିଳାସପୁର ଶିବ ମନ୍ଦିରର ଉନ୍ନତି କରଣ ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କ୍ରମେ ବିଧାୟକ ଶ୍ରୀ ରଣା ମନ୍ଦିର ସ୍ଥିତି ଅନୁଧ୍ୟାନ କରି ସେଠାରେ ଏକ କଲ୍ୟାଣ ମଣ୍ଡପ,ମନ୍ଦିର ଚତୁର୍ପାଶ୍ୱ ପାଚେରୀ ସହ ମନ୍ଦିର ଗେଟ୍ ଏବଂ ରାସ୍ତା କଂକ୍ରିଟ୍ କରଣ ଆଦି କାର୍ଯ୍ୟ ଖୁବ ଶୀଘ୍ର କରାଯିବା ନେଇ ପ୍ରତିଶୃତି ଦେଇଥିଲେ l ଅନୁରୋଧ ରକ୍ଷା କରିଥିବାରୁ
ମନ୍ଦିର କମିଟି ସଦସ୍ୟ ତଥା ଗ୍ରାମବାସୀ ପ୍ରୀୟ ବିଧାୟକ ଶ୍ରୀ ରଣାଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇଥିଲେ l ଗ୍ରାମ ର ଗଣ୍ଡାରାମ ମେହେର,କଷ୍ଟ ରଣା, ପୁରନ୍ଦର ମେହେର,ଭୁବନେଶ୍ଵର ଭୋକ୍ତା,ଦଣ୍ଡ ଧର ରଣା,ଶମ୍ଭୁ ଭୁଷଣ ରଣା,ଲାଲୁବେହେରା,ଦୁର୍ଯୋଧନ ସାହୁ ,କରୁଣାକର ମେହେରପ୍ରମୁଖ ଉପସ୍ଥିତ ଥିଲେ ।