-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ର ଆଗଲପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି l ଶିଶୁ ଦିବସ ପାଳନ ସହିତ ଶିଶୁ ଶିବିର, କନ୍ୟା ଶିବିର ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଶିଶୁଦିବସ ପାଳନ କାର୍ଯକ୍ରମ ରେ ମୁଖ୍ୟଅତିଥି ଭାବରେ ଆଗଲପୁର ର ସମାଜସେବୀ ଶ୍ରୀ ପ୍ରଦୀପ କୁମାର ମେହେର ଯୋଗ ଦେଇଥିଲେ l ଅନ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତି ର ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ଘନଶ୍ୟାମ ସାହୁ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l ଶିଶୁ ଦିବସ ପାଳନ ପରେ ପରେ ଶିଶୁ ଶିବିର , କନ୍ୟା ଶିବିର ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ବିଜେପି ଏମ. ପି ପ୍ରତିନିଧି ଶ୍ରୀ ଉମେଶ ଚନ୍ଦ୍ର ପଟେଲ୍, ଶ୍ରୀଯୁକ୍ତ ଜୟନ୍ତ କୁମାର ସିଂଦେଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ଆଗଲପୁର ବିଜ୍ଞାନ ମହାବିଦ୍ୟାଳୟ, ସମାଜସେବୀ ଶ୍ରୀ ରାଧେଶ୍ୟାମ ଅଗ୍ରୱାଲ, ସମିତି ସଦସ୍ୟା ଶ୍ରୀମତି ପୁଷ୍ପଲତା ଭୋଇ ଓ ଲୋଇସିଂହା ସଙ୍କୁଳର ସଙ୍କୁଳ ପ୍ରମୁଖ ଶ୍ରୀ କମଳ ଲୋଚନ ତ୍ରିପାଠୀ ଏବଂ ସଂକୁଳ ସଂପାଦକ ଶ୍ରୀ ଶିବ ପ୍ରସାଦ ବାରିକ୍ ଉପସ୍ଥିତ ଥିଲେ l
ଆଗଲପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର୍ ଭୋଇ ଉପସ୍ଥିତ ରହି ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ସମ୍ମିଳନୀ ରେ ବିଦ୍ୟା ମନ୍ଦିର ର ସମସ୍ତ ଆଚାର୍ଯ୍ୟ, ଅଚାର୍ଯ୍ୟl ମାନେ ଉପସ୍ଥିତ ରହି ପୁର୍ଣ୍ଣ ସହଯୋଗ କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରା ଯାଇଥିଲା l ଶେଷରେ ଛାତ୍ରୀ ଓ ଅଭି ଭାବିକା ମାନଂକୁ ନେଇ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଶେଷରେ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ ଜ୍ଞାନ ର ବିକାଶ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ ଦେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭାବର ଆଦାନ ପ୍ରଦାନ ହୋଇ ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l