-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ବଲାଙ୍ଗିର : ମଙ୍ଗଳବାର ଦିନ ସରସ୍ବତୀ ଶିଶୁ ମନ୍ଦିର ଚନ୍ଦନଭାଟି ଠାରେ ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୀଗଣେଶ କରିଥିଲେ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରଧାନ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଯୁଗଜନ୍ମା ମହାପୁରୁଷ ପଣ୍ଡିତ ଯବାହରଲାଲ୍ ନେହେରୁ ଙ୍କ ଦେଶଭକ୍ତି ତଥା ଶିଶୁ ମାନଙ୍କୁ ଭଲପାଇବା କଥା ଶିଶୁଙ୍କ ସମ୍ମୁଖରେ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ। ଶିଶୁ ଭଉଣୀ ସିଦ୍ଧି ଥନାପତି ଓ ଜ୍ୟୋତିର୍ମୟୀ ମେହେର ଶିଶୁ ଦିବସ ବିଷୟରେ ନିଜ ନିଜର ବକ୍ତ୍ଋତା ପ୍ରଦାନ କରିଥିଲେ। ଗୁରୁଜୀ ଘନ ମେହେର ଓ ଶତୃଘ୍ନ ସିଂହ ଶିଶୁ ଦିବସ ବିଷୟରେ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। ଗୁରୁଜୀ ପ୍ରଦୀପ ସା ଧନ୍ଯବାଦ ଅର୍ପଣ କରିଥିଲେ ଓ ଆଚାର୍ଯ୍ୟା ପ୍ରମୋଦିନୀ ଆଚାର୍ଯ୍ୟ ସଭା ସଂଯୋଜନା କରିଥିଲେ। ଶିଶୁ ଶିବିର କାର୍ଯ୍ୟକ୍ରମ ରେ ଶିଶୁ ବାଟିକା ବିଭାଗର ଶିଶୁ ଭାଇ ଭଉଣୀ କଅଗାଁ ସ୍ଥିତ ହନୁମାନ ପୀଠ ଓ ପ୍ରସିଦ୍ଧ ଶିବମନ୍ଦିର କୁ ଭ୍ରମଣ ରେ ଯାଇଥିଲେ। ଇତ୍ୟବସରରେ ବାଟିକା ଭାଇ ଭଉଣୀଙ୍କ ଦ୍ବାରା ପୌରାଣିକ ନାଟକ ବକାସୁର ବଧ ଓ ଭକ୍ତ ମୟୂର ମଞ୍ଚସ୍ଥ ହୋଇଯାଇଛି। ପରି ଶେଷରେ ସମସ୍ତେ ଭୋଜନ କରି ସ୍ବଗୃହ ପ୍ରତ୍ଯାବର୍ତ୍ତନ କଲେ। ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବିକା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି।