-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ବୌଦ୍ଧ (ହୃଦାନନ୍ଦ ମେହେର): ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଆଗାମୀ ନଭେମ୍ବର ୧୫ ତାରିଖରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ କଲେଜ ଓ ବ୍ଲକସ୍ତରୀୟ ପ୍ରତିଯୋଗିତାମାନ ଆୟୋଜନ କରାଯିବା ନେଇ ନିଷ୍ପତି ହୋଇଥିଲା । କ୍ରୀଡା, ସଂସ୍କୃତି, ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଯୁବକମାନଙ୍କର ଅଂଶଗ୍ରହଣକୁ ଉତ୍ସାହିତ କରିବା ଉଦେଶ୍ୟରେ ସରକାର ଏହି ନୂତନ ଯୋଜନା ଆରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲାର ଯୁବକ ଓ ଛାତ୍ରଛାତ୍ରୀ ମାନେ ଅଧିକ ସଂଖ୍ୟାରେ ଯୋଗଦେବେ ସେନେଇ ପ୍ରସ୍ତୁତି ସହ ପ୍ରଚାର ପ୍ରସାର କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ଉପଜିଲାପାଳ ରବିନ୍ଦ୍ର ନାଥ କହଁର , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ ସମତେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।