-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2023
ବଲାଙ୍ଗିର(ପ୍ରେରଣା ଖବର)ବଲାଙ୍ଗିର ସଦର ବ୍ଲକ ସ୍ଥିତ ଢୁଲୁସର ଖେଳ ପଡିଆ ଠାରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଟଂ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୁପେ ବଲାଙ୍ଗିର କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଝାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ରୀଡାବିତ୍ ଲୋକନାଥ କୁମୁରା, ଘାସିରାମ ବେହେରା, ସାମ୍ବାଦିକ ରୁତୁରାଜ ସିଂହ, ସୁବାସ ନନ୍ଦ, ରାମକୁମାର କୁମୁରା ଓ ଶରତ କୁମାର ନନ୍ଦ ଯୋଗଦେଇ ଟୁର୍ଣ୍ଣାମେଟଂକୁ ଉଦ୍ଘାଟନ କରିବା ସହ ଖେଳାଳୀମାନଙ୍କୁ ଉସ୍ôାହିତ କରିଥିଲେ । ଆଜିର ଉଦ୍ଘାଟନୀ ମ୍ୟାଚ ବଲାଙ୍ଗିର କ୍ରୀଡା ଛାତ୍ରବାସ ଓ ଢୁଲୁସର ଜବାହାର ଲାଲ ଫୁଟବଲ
ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷହେବା ବେଳକୁ ଦୁଇଦଳ ମଧ୍ୟରେ ୧-୧ ଗୋଲରେ ଅମିମାଶିଂତ ହୋଇଥିଲା । ପରେ ବଲାଙ୍ଗିର କ୍ରିଡା ଛାତ୍ରବାସ ଦଳ ୩-୧ଟ୍ରାଇବେକର ଜରିଆରେ ବିଜୟ ହୋଇଥିଲା । କ୍ରିଡା ଛାତ୍ରବାସର ଗୋଲକିପରଙ୍କୁ ମ୍ୟାନ ଅଫଦି ମ୍ୟାଚ ଘୋଷଣା କରାଯିବା ସହ ଟ୍ରଫି ପ୍ରଦାନ କରି ଅତିଥିମାନେ ସମ୍ମାନିତ କରିଥିଲେ । ଆଜିର ଖେଳକୁ ବୈକୁଣ୍ଠ ଜେନା, ସଂଜୀବ ମହାରଣା, ପୁରୁଷୋତମ ବୁଡେକ ଓ ଦେବାଶିଷ ବାଗ ପରିଚାଳନା କରିଥିବା ବେଳେ ଶ୍ରୀବସ୍ô କୁମୁରା, ସଚୀନ୍ଦ୍ର କୁମାର ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ, ରବି ନାରାୟଣ ସାହୁ, ରାଜ କୁମାର ପଧାନ, ପିଟୁଂ କଅଁର ପ୍ରମୁଖ ସହଯୋଗ କରିଥିଲେ ।