-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2023
କଟକ (ପ୍ରେରଣା ଖବର ): ଆଲୋକର ପର୍ବ ଦୀପାବଳି ଉତ୍ସବ ଅନ୍ଧକାର ଅଜ୍ଞାନ ଦାରିଦ୍ର୍ୟକୁ ଦୂରେଇଦେଇ ସଭିଙ୍କ ଭିତରେ ସ୍ନେହ ଶ୍ରଦ୍ଧା, ପ୍ରେମ, ଭଲପାଇବା ଓ ଶାନ୍ତିର ମଞ୍ଜି ବୁଣିଦେଉ ଏହି ବାର୍ତ୍ତା ନେଇ ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ କଟକ ବିଡାନାସୀ ସ୍ଥିତ ମମତା ସଟ ଷ୍ଟେ ହୋମ ଠାରେ ସଙ୍ଘର ସାଧାରଣ ସଂପାଦିକl ଆଭା କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।। ସମାଜର ପୂର୍ବତନ ସମ୍ପlଦକ ଡ଼ଃ ସତ୍ୟ ରାୟ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓ ବିଶିଷ୍ଟ
ପରିବେଶବିତ୍ ଡ଼ଃ ଆଶୁତୋଷ ଦେବତା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଅନ୍ତେବାସିନୀ ମlନଙ୍କୁ ଦୀପାବଳୀ ଉତ୍ସବ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।। ଏହି ଅବସରରେ ଅନ୍ତେବାସୀ ମହିଳା ମାନଙ୍କ ମଧ୍ୟରେ ରଙ୍ଗ ବେରଙ୍ଗର ମୁରୁଜକୁ ନେଇ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କାର୍ଯକାରୀ କମିଟି ସଭ୍ୟା କଲ୍ୟାଣୀ ସାହୁ, ଗିତlଶ୍ରୀ ଦାସ ଓ ବୈଜୟନ୍ତି ମାଲା ଖଟୁଆ ଉକ୍ତ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ।। ସଙ୍ଘର ସଙ୍ଗଠନ ସମ୍ପାଦିକା ମୀରା ବେଉରା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି
ଅନ୍ତେବାସୀ ମହିଳା ମାନେ କିପରି ଆତ୍ମବିଶ୍ଵାସ ର ସହ ବିଭିନ୍ନ କ୍ଷେତ୍ରରେ ତାଙ୍କର ଉତ୍କର୍ଷତା ପ୍ରତିପାଦନ କରି ନିଜ ଭିତରେ ସ୍ନେହ ପ୍ରେମ ଶ୍ରଦ୍ଧା ବଜାୟ ରଖିପାରିବେ ସେ ବିଷୟରେ ଆଲୋଚନା କରିଥିଲେ।। ଶୁରଞ୍ଜିକl ରାୟ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।। ରଙ୍ଗୋଲି ପ୍ରତିଯୋଗୀତାରେ ସୀମା ବେହେରା ପ୍ରଥମ, ଶ୍ରଦ୍ଧାଂଜଳି ସ୍ବାଇଁ ଦ୍ଵିତୀୟ, ଲିପସିତl ବେହେରା ଓ ଗୀତା ସାହୁ ତୃତୀୟ, ସ୍ଥାନ ଅଧିକାର କରିଥିଲେ।। ସଂଯୁକ୍ତା ପରିଡ଼ା ସ୍ଵlନ୍ତନl ମୂଳକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।। ହୋମ ସୂପରିଟେନ୍ଦେଣ୍ଟ ଚୈତlଳୀ ସ୍ବାଇଁ, ବିଜୟା ମଣ୍ଡଳ, ଶ୍ରୁତି ବାଳl ନାୟକ, ଭାନୁମତୀ ସ୍ବାଇଁ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।।ଅନୁଷ୍ଠାନ ପକ୍ଷରୁ ଅନ୍ତେବାସୀ ମାନଙ୍କୁ ପରିଶେଷରେ ମିଷ୍ଠlନ ଖାଦ୍ୟ ପରିବେଷଣ କରାଯାଇଥିଲା।।