-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
10-Nov-2023
ବୋଡେ଼ନ (ଡୋଲେସ୍ୱର ବାଗ)
- ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କଳୀୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିକୁ ପ୍ରାଧାନ୍ୟତା ଦିଆଯାଇ ଆମ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବଖାଣିଲେ ବିଗତ କିଛି ବର୍ଷ ତଳର ବିକାଶ କଥା । ନୂଆପଡ଼ା ଜିଲ୍ଲାର ଅନେକ ମନ୍ଦିରର ସୋନ୍ଦର୍ଯ୍ୟ କାରଣ, ତନ୍ମଧ୍ୟରୁ ପତୋରା ଶିବ ମନ୍ଦିର, ପାତାଳ ଗଙ୍ଗାର ଜଗନ୍ନାଥ ଓ ରାଧାକୃଷ୍ଣ ମନ୍ଦିର ,ସୁନାବେଡ଼ା ଅଭୟାରଣ୍ୟ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ସୁନାଦେଇଙ୍କ ପୀଠର ଉନ୍ନତି ତଥା ସୋନ୍ଦର୍ଯ୍ୟର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ।ଉପାନ୍ତ ଅଞ୍ଚଳ ପୁଣି ଲାଲ ଗଡ ବୋଲି ପରିଚିତ ପାଟଦର୍ହା ଓ ସୁନାବେଡା ଜଙ୍ଗଲରେ ରାସ୍ତା ପାଇଁ ଅର୍ଥ ମଞ୍ଜୁର,ପ୍ରତ୍ୟେକ ବ୍ଲକ ମହକୁମାରେ ଭଲ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ, ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କୁ କୋଟି କୋଟି ଅର୍ଥ ପ୍ରଦାନ କରି ଆଗେଇଥିବା,ନୂଆପଡ଼ା ଜିଲ୍ଲା ପାଇଁ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରି ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିଥିବା ,5 T ସଚିବ ଭି କେ ପାଣ୍ଡିଆନଙ୍କ ଗତ ମଇ ମାସରେ ଗସ୍ତ ସମୟରେ ପ୍ରାପ୍ତ ସମସ୍ତ ଅଭିଯୋଗର ଯୁକ୍ତିଯୁକ୍ତ ବିଚାର କରାଯାଇ ସମାଜ ପ୍ରତି ବିକାଶ ଆଣିବାରେ ସହଯୋଗ କରିଥିବା କଥା ସବୁ ବଖାଣିଥିଲେ।
ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିବା ବେଳେ ବି ଜେ ଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଳ,ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମଶିଲା ନାଗ,ବି ଡି ଓ ପ୍ରିୟରଞ୍ଜନ କୁମାର,ତହସିଲଦାର ସରିତା ଗୁପ୍ତା, ଜିଲ୍ଲା ପରିଷଦ ସଭ୍ୟା ସ୍ମୃତି ସିଂ ମାଝୀ, ବୋଡ଼େନ ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀ, ଡବ୍ଲୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହୀ,ସି ଡି ପି ଓ ଶାନ୍ତା ବାରିକ ,ସହାୟକ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ,ଜି ପି ଇ ଓ ପ୍ରଫୁଲ୍ଲ କୁମାର ନାଏକ,ସମସ୍ତ ବ୍ଲକ୍ କର୍ମଚାରୀ,ଆଇ ସି ଡି ଏସ ସହାୟିକା,ଅଙ୍ଗନୱାଡ଼ି,ସି ଆର୍ ପି,ଏମ ବି କେ,ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକର ସମସ୍ତ ସରପଂଚ ଓ ସମିତି ମେମ୍ବର,ପ୍ରତ୍ୟେକ ଗ୍ରାମର ସ୍ଵୟଂ ସହାୟିକା ମହିଳା ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା ।