-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Oct-2023
ବଲାଙ୍ଗୀର:- ଟିକ୍ରାପରା ଫରେଷ୍ଟର ଙ୍କ ଅଫିସ ରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା।ସୋମବାର ୧୬ ତାରିଖ ଦିନ ଅପରାହ୍ନ ୧୨ ଟା ହୋଇଥିବା ବେଳେ ଫରେଷ୍ଟର ବାବୁ ଙ୍କ ଅଫିସ ରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା।ଫରେଷ୍ଟ ଗାର୍ଡ ମଧ୍ୟ ନ ଥିଲେ। ଟିକ୍ରାପଡ଼ା ଜଙ୍ଗଲ ପରିବେଶ ମଧ୍ୟରେ ଅବସ୍ଥିତ।ଜଙ୍ଗଲ ବିଭାଗରେ ସର୍ବାଧିକ ଦିନ ତାଲା ପଡ଼ୁଥିବା ବେଳେ ଏ ଅଞ୍ଚଳର ଜଙ୍ଗଲ କେତେ ସୁରକ୍ଷାରେ ଥିବ ଅନୁମେୟ।ଫରେଷ୍ଟର ଅଫିସ ଖୋଲାରେ ଅବହେଳା କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।ପାଟଣାଗଡ଼ ରେଞ୍ଜର ଙ୍କ ଅଧୀନରେ ଥିବା ବେଳେ ରେଞ୍ଜର କେମିତି ଜାଣି ପାରୁନାହାନ୍ତି। ବଲାଙ୍ଗୀର ଜିଲ୍ଲାରେ ଜଣେ ଦକ୍ଷ ଡ଼ିଫଓ ଙ୍କ କାର୍ଯ୍ୟ ଦକ୍ଷତା ଯୋଗୁ ଜଙ୍ଗଲ ମାଫିଆ ଙ୍କ ନିଦ ହଜି ଯାଇଛି।ଜିଲ୍ଲାରେ ଥିବା ଅଧିକାରୀ ମାନେ ଜଙ୍ଗଲ ସୁରକ୍ଷା ଦିଗରେ ସଜାଗ ନ ରହିବେ ତେବେ ଆଗାମୀ ଦିନରେ ଜିଲ୍ଲା ଜଙ୍ଗଲ ଶୂନ୍ୟ ହୋଇଯିବ।