-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
08-Oct-2023
ବୋଡ଼େନ - ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅଧୀନରେ ଥିବା ଖଇର ଭାଡ଼ି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୭ - ୧୦ ୨୦୨୩ ତାରିଖ ଦିନ ଛାତ୍ର ଛାତ୍ରୀଙ୍କୁ ଅଣ୍ଡା ଦିଆଯାଇନାହିଁ ।ପୂର୍ବରୁ ମଧ୍ୟ ଏହି ସମସ୍ୟା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା ।ଆଉ ଗତକାଲି ସେହି ସମସ୍ୟାର ପୁନରାବୃତ୍ତି ଘଟିଛି ।ବାରମ୍ବାର ଏହି ବିଦ୍ୟାଳୟରେ ଏପରି ସମସ୍ୟା ଲଜ୍ଜା ଜନକ ନୁହେକି? ସରକାର ପିଲାଙ୍କ ପାଇଁ ଏତେ ସୁବିଧା କରୁଛନ୍ତି ହେଲେ ଦାୟିତ୍ୱରେ ଥିବା ଅଧିକାରୀ କାହିଁକି ଅବହେଳା କରନ୍ତି ।ବାରମ୍ବାର ବିଦ୍ୟାଳୟର ସମସ୍ୟା ଥିଲେ ମଧ୍ୟ ଅଧିକାରୀ କାହିଁକି ଚୁପ୍ ? ଶିକ୍ଷକ ଓ ଅଧିକାରୀଙ୍କ ଭିତରେ ଏମିତି କେଉଁ ପ୍ରକାର ସମ୍ପର୍କ ଅଛି ଯେ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ବାରମ୍ବାର ଭୁଲ କରିବାକୁ ଭୟ କରୁ ନାହାନ୍ତି ।ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡ଼େନ କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ପ୍ରୟାସ କରାଯାଉଛି କିନ୍ତୁ ସେ ଫୋନ ଉଠାଉ ନାହାନ୍ତି ।ତେଣୁ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ କି ଏମାନଙ୍କ ଭିତରେ ଚାଲିଛି ଭାଗ ବଣ୍ଟା।ପିଲାଙ୍କ ଖାଦ୍ୟକୁ ଖାଉଛନ୍ତି ଶିକ୍ଷକ ଓ ଅଧିକାରୀ ।କେବେ ସୁଧୁରିବ ମଧୁ ଚନ୍ଦ୍ରିକା ଯୋଜନା ।ପିଲା କେବେ ପାଇବେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ।ଅନେକ ପ୍ରଶ୍ନ ସମସ୍ତଙ୍କୁ ବାଧ୍ୟ କରୁଛି ଏହି ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନେବା କୁ ।ଦେଖାଯାଉ ଦୁର୍ନୀତି କେବେ ସୁ ନିତି ରେ ପରିଣତ ହେବ ।
(ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ରୁ ପ୍ରେରଣା ପ୍ରତିନିଧି ଡୋଲେସ୍ୱର ବାଗ)