-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
08-Oct-2023
ବଲାଙ୍ଗିର (ପ୍ରେରଣା ଖବର ): ଫିଲ୍ମ 'ଶତ୍ରୁ the awakening' ର ପ୍ରୀମିଆର ସୋ ରୟାଲ ସିନେମାରେ ଅନୁଷ୍ଠିତ ହେଇ ଯାଇଛି। ଏ. କେ ଫିଲ୍ମସ ପ୍ରସ୍ତୁତି ଆମ ଅଞ୍ଚଳର କଥାବସ୍ତୁ ତଥା ଆମ ଅଞ୍ଚଳର ବଛା ବଛା କଳାକାରକୁ ନେଇ ତିଆରି ହୋଇଛି। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ମିଶ୍ର ଓ ହିମାଂଶୁ ଖମାରୀ , ମୂଖ୍ୟ ସହ ନିର୍ଦ୍ଦେଶନା ତଥା କଳାକାର ଚୟନରେ ବିନୋଦ କାଲସାଏ।କ୍ୟାମେରା ହରେରାମ ସାହୁ ଓ ସମ୍ପାଦନା କିର୍ତି ଗହିର।ସଙ୍ଗୀତ ଜୟ ପ୍ରକାଶପୂଜାରୀ,କଣ୍ଠ ମାଧବ ଦାସ,,କାହାଣୀ ସଂଳାପ ଅଶୋକ ମିଶ୍ର। ମୁଖ୍ୟ ଭୂମିକାରେ ଜିତେନ୍ଦ୍ରିୟ ହୋତା, ଅର୍ଚ୍ଚନା ପାଢ଼ୀ, ଅଶୋକ ମିଶ୍ର, ହିମାଂଶୁ ଖମାରୀ, ଗୋବର୍ଦ୍ଧନ ଭୋଈ, କପିଳେଶ୍ୱର, ଗଦାଧର , ବେନି ମାଧବ,ବାବୁ ପୂଜାରୀ, ପ୍ରଦ୍ୟୁମ୍ନ
ମହାନ୍ତି, ପୀତବାସ ପଣ୍ଡା, ଲଲିତ ପୂଜାରୀ, ଆରାଧନା, ଆଦିଚନ୍ଦ୍ରମା, ଶ୍ରୀରାଧା, ଅନୁପ୍ରୀୟା, ରିଙ୍କି
ଦିଲୀପ, ନବୀନ ବେହେରା, ଅଶୋକ, ବିଭୁ କଲଣଗଡତ୍ୟା ,ପୀତବାସପଣ୍ଡା ,ବିଜୟ,ବିବେକ,ସରୋଜମିଶ୍ର,ରମାକାନ୍ତ ,କଳାକାହୁଁ ପ୍ରମୁଖ ଅଭିନୟ କରିଛନ୍ତି।ଫିଲ୍ମଟି ବିଭିନ୍ନ ସିନେମା ହଲରେ ମୁକ୍ତି ଲାଭ କରି ଲୋକପ୍ରିୟ ହେବାବୋଲି ପ୍ରୋଯୋଜକ ଅଶୋକ ମିଶ୍ର ଜଣାଇଛନ୍ତି