-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2023
ତୁଷୁରା, (ପ୍ରେରଣା ଖବର) ଗାନ୍ଧୀ ଜୟନ୍ତୀ ଦିନ ଠାରୁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’ । ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ମାନ୍ୟବର ଜଳସମ୍ପଦ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ତୁଷୁରା ଏନଏସି ର ମାଁ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଠାରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ସଭାରେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଯଶୱାଲ, କାଉନସିଲର ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତା, କର୍ମୀ ଓ ଜନତା ଭାଇ, ଭଉଣୀ ମାନେ ଯୋଗଦାନ କରି ପଦଯାତ୍ରା କୁ ସଫଳ କରିଛନ୍ତି l ଅକ୍ଟୋବର ୨ ତାରିଖରୁ ବିଜେଡ଼ି ପ୍ରତିଷ୍ଠା ଦିବସ ଯାଏଁ ଚାଲିବ ଏହି ପଦଯାତ୍ରା l