-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2023
ନୂଆପଡ଼ା/କୋମନା(ବିଶି ଚନ୍ଦ୍ର ମାଝୀ ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଢୋର୍ଲାମୁଣ୍ଡା ଗ୍ରା. ପ ଅଧିନସ୍ଥ ଛତା ଗାଁ ହାଇ ସ୍କୁଲ ଖେଲ ପଡ଼ିଆ ଠାରେ ଟାଟା ପାୱାର ପ୍ଲାଣ୍ଟ (TPWODL) ପକ୍ଷରୁ ସାମାଜିକ ସଚେତନା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡ଼ା ପ୍ରତିଯୋଗିତା ରେ ୪ଟି ଆଞ୍ଚଳିକ ଦଲ ପ୍ରମୁଖ ଅଂଶ ଗ୍ରହଣ କରି ଖେଲ ପରିଦର୍ଶନ କରିଥିଲେ l
ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମହୋଦୟ ଯୋଗ ଦେଇ ଥିବା ବେଳେ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସମିତି ମହାଶୟ, ଯୋଗ ଦେଇଥିଲେ l ଏହି ଏକ ଦିବସୀୟ କ୍ରୀଡ଼ା ପ୍ରତିଯୋଗିତା ର ପ୍ରଥମ ଖେଲ ଟି ଛତା ଓ କୋଟେନପଡ଼ା ମଧ୍ୟରେ ଖେଲ ହୋଇଥିଲା l ଛତା ଦଲ କୋଟେନ ପଡ଼ା ଦଳକୁ ହରାଇ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲେ l ଦ୍ଵିତିୟ ଖେଲ ଟି ଢୋର୍ଲାମୁଣ୍ଡା ଓ ମକା ଭଟା ମଧ୍ୟରେ ଖେଲ ହୋଇଥିଲା l ଢୋର୍ଲା ମୁଣ୍ଡା ଦଳ ମକାଭଟା ଦଳ କୁ ହରାଇ ଫାଇନାଲ ରେ ପ୍ରବେଶ କରି ଢୋର୍ଲା ମୁଣ୍ଡା ଓ ଛତା ମଧ୍ୟରେ ଫାଇନାଲ ଖେଲ ହୋଇଥିଲା l ଫାଇନାଲ ଖେଲରେ ଢୋର୍ଲା ମୁଣ୍ଡା ଦଳ ବିଜୟୀ ଦଳ ଭାବେ ପୁରସ୍କୃତ ହୋଇଥିଲେ l
TPWODL ସି ଏସ୍ ଆର୍ ଟିମ୍ ଭବିଷ୍ୟତ ମହାନନ୍ଦ, ନେହେରୁ ଲାଲ ମାଝୀ, ଜଳନ୍ଦର୍ ମାଝୀ, ରାମକୃଷ୍ଣ ଦିପ, ବଶିଷ୍ଠ ମାଝୀ, କୁଶଳ ଧରୁଆ, ଯୁଗନୁ ମାଝୀ, ବିଦକ୍ ମହାନନ୍ଦ,ପ୍ରମୁଖ ସହଯୋଗ କରିଥିଲେ l