-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2023
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର): ପ୍ରେରଣା ନିୟୁଜ ୱେବ ପୋର୍ଟାଲ ଓ ୟୁଟ୍ୟୁବ ଚେନେଲ ର ଚତୁର୍ଥ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l 'ସୁଦୃଢ ଗଣତନ୍ତ୍ରରେ ଭୋଟରଙ୍କ ଭୂମିକା" ଶୀର୍ଷକ ବିଷୟ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବାଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ ଯୋଗ ଦେଇ ଭୋଟର ମଡ଼ିଆ ଦ୍ଵାରା ଅଧିକ ପ୍ରଭାବିତ ହୁଅନ୍ତି,
ସେଥିପାଇଁ ଗୋଟିଏ ସଶକ୍ତ ସରକାର ଗଢିବାରେ ରାଜ୍ୟ ଓ ଦେଶରେ ମିଡ଼ିଆ ଉଲ୍ଲେଖନୀୟ ଭୂମିକା ରହିଛି ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ସବୁଠୁ ସର୍ବବୃହତ ଗଣତନ୍ତ୍ର ଦେଶ ଭାରତରେ ବିଭିନ୍ନତା ଭିତରେ ଏକତା ହିଁ ସୁଦୃଢ ଗଣତନ୍ତ୍ରର ପ୍ରମାଣ l ଆମ ଭୋଟର ଯେତେ ସଚେତନ ଓ ଶିକ୍ଷିତ ହେଉଛନ୍ତି ବୃଦ୍ଧି ଆମ ଗଣତନ୍ତ୍ର ମଧ୍ୟ ଆହୁରି ସୁଦୃଢ ହେବାରେ ଲାଗିଛି ବୋଲି ମତ ରଖିଥିଲେ l ମୁଖ୍ୟ ବକ୍ତା ଭାବରେ ଆଇ ଆଇ ଏମ୍ ର ଏସୋସିଏଟ ପ୍ରଫେସର ସୁଜିତ ପୃସେଠ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନlଦର୍ଶ ଉପରେ ଅନେକ ହୃଦୟସ୍ପର୍ଶୀ ବକ୍ତବ୍ୟ ରଖିଥିଲେ l ଶିକ୍ଷାବିତ୍ ମନୋରଞ୍ଜ
ନ ସାହୁ ସଭାପତିତ୍ୱ ଭାଷଣ ରଖିଥିଲେ l ସଭାକୁ କବି ସନ୍ଦୀପ କୁଅଁର ସଂଯୋଜନା କରିଥିବା ବେଳେ ମଧୁସୂଦନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ଉତ୍ସବରେ ଦେବଶ୍ରୀ ଟ୍ରେଡ଼ରସ୍ , ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା , ପାର୍ଥ ମହାପାତ୍ର, ଜିଲ୍ଲା ସ୍ବେଛାସେବୀ ସଂଗଠନ, ନରସିଂହ ସେନା, ଆର୍ଟ୍ ଅଧ୍ୟୟନ, ବଲାଙ୍ଗିର ଟାଉନ୍ ଥାନା ଆଇ ଆଇ ସି ବିଶ୍ଵଜିତ ମନବୋଧ, ଶିକ୍ଷକ ଘନଶ୍ୟାମ ମେହେର, ବନମାଳି ମେହେର, ହେମନ୍ତ ସାମଲଙ୍କ ସମେତ ବିଭିନ୍ନ ଜିଲ୍ଲାର ପ୍ରେରଣା ପ୍ରତିନିଧି ପୂର୍ଣ୍ଣ ଶଶୀ ଶେଖର ରାଓ,ଅନିଲ ପୃଷ୍ଟି , ସୁଦାମ ଚରଣ ବଘାର, ସୁଜାତା ମିଶ୍ର ,ଚିତ୍ରସେନ ବେହେରା, ପଞ୍ଚାନନ ନାଏକ ପ୍ରମୁଖଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିଲା l ସଭା ପ୍ରାରମ୍ଭରେ କବୟିତ୍ରୀ ଚୁମକି ଦାସ ଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ପ୍ରେରଣା ସମ୍ପାଦକ ରଘୁ ନନ୍ଦନ ସିଂହ ସମ୍ପାଦକୀୟ ଅଭିଭାଷଣ ରଖିଥିବା ବେଳେ ଶେଷରେ ସାମ୍ବାଦିକ ସତ୍ୟ ନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମାରୋହରେ ଜିଲ୍ଲାର ଶତାଧିକ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ