-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ବିଜେପି ଯୁବନେତା ଦିନେଶ ଶର୍ମାଙ୍କୁ ରାଜ୍ୟ ମେକ୍ ଇନ୍ ଇଣ୍ଡିଆ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଶ୍ରୀ ଶର୍ମା ସାଂସଦ ସଂଗୀତା କୁମାରୀ ସିଂଦେଓ, ପାଟଣାଗଡ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ,ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଶ୍ରୀ ଶର୍ମା ତାଙ୍କ ରାଜନୈତିକ ଜୀବନରେ ଏବିଭିପି ପ୍ରମୁଖ, ରାଜେନ୍ଦ୍ର କଲେଜ ଛାତ୍ର ସଂସଦ ସମ୍ପାଦକ, ଟାଉନ ଛାତ୍ର ଯୁବ ଯୁବ ମୋର୍ଚ୍ଚା ସଭାପତି,ଜିଲ୍ଲା ସମ୍ପାଦକ, ମାହେଶ୍ଵର ସଂଗଠନର ଉପଦେଷ୍ଟା, ଦୂଲଦୁଲି କଳା ପରିଷଦ ର ଉପସଭାପତି, ସୋନପୁର ଜିଲ୍ଲା ପ୍ରଭାରୀ, ବଲାଙ୍ଗିର ଜିଲ୍ଲା ଏମ୍ ପି ନୋମିନି ଏବଂ ବଲାଙ୍ଗୀର ଜିଲ୍ଲା ବିଜେପି ମିଡ଼ିଆ ସେଲ ପ୍ରଭାରୀ ଭାବରେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି l