-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
25-Sep-2023
ବଲାଙ୍ଗୀର(ପ୍ରେରଣା ଖବର ): ଏକ ଭୌଗୋଳିକ ଭୂଖଣ୍ଡ କେବଳ ନୁହେଁ, ଏହା କଳା ସାହିତ୍ଯ ସଂସ୍କୃତିର ଶ୍ରେଷ୍ଠ କ୍ଷେତ୍ର। ଏହାର ଲୋକନୃତ୍ଯ ଓ ସଂଗୀତ କୁ ସର୍ବଭାରତୀୟସ୍ତରରେ ପରିଚିତ କରିବାକୁ ଓ ସାଂସ୍କୃତିକ ଭାବ ଆଦାନପ୍ରଦାନ କରିବାକୁ ଲୋକକଳା ଉତ୍ସବ ର ଆୟୋଜନ ଏକ ଶ୍ରେଷ୍ଠ ପଦକ୍ଷେପ।
ଆମର ପରିଚୟ ଆମର କଳା ସାହିତ୍ଯ ସଂସ୍କୃତିହିଁ ହେଉ ବୋଲି ଦୁଲଦୁଲି କଳା ପରିଷଦ ଦ୍ବାରା ଆୟୋଜିତ ଅଷ୍ଟମ ଲୋକକଳା ଉତ୍ସବ ର ଦ୍ବିତୀୟ ସଂଧ୍ୟାର ସାଂସ୍କୃତିକ ସଭା ର ବରେଣ୍ଯ ଅତିଥିମାନେ ମତବ୍ଯକ୍ତ କରିଛନ୍ତି।
ଦୁଲଦୁଲି କଳା ପରିଷଦ ର ସଭାପତି ପ୍ରଭସ ପାଣିଗ୍ରାହୀଙ୍କ ସଭାପତିତ୍ବରେ, ସନ୍ଦୀପ କୁମାର କୁଅଁର ଙ୍କ ମଂଚ ସଂଯୋଜନାରେ ଅନୁଷ୍ଠିତ ଦ୍ବିତୀୟ ଦିନର ସାଂସ୍କୃତିକ ସଭାରେ ବରେଣ୍ଯ ଅତିଥି ଭାବରେ ପୂର୍ବତନ ସାଂସଦ ପ୍ରଭାସ ସିଂ ,
ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବ୍ୟଙ୍ଗକବି ରସରାଜ ଅଚ୍ୟୁତ ପୁରୋହିତ ମଂଚାସୀନ ହୋଇଥିଲେ।ଏହି ଅବସରରେ ଦୁଲଦୁଲି କଳା ପରିଷଦ ର ପ୍ରଥମ ନୃତ୍ଯ ନିର୍ଦେଶକ ସରୋଜ ମହାରଣା ଙ୍କୁ ଲୋକକଳା ସମ୍ମାନରେ ସମ୍ମାନୀତ କରି ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ମାନପତ୍ର ପାଠ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡାକ୍ତର ଲଳିତ କୁମାର
ସାହୁ । ପରେପରେ ଆରମ୍ଭ ହୋଇଥିଲା ଲୋକକଳା ଉତ୍ସବ ର ସାଂସ୍କୃତିକ ସଂଧ୍ୟା । ଗୁଜୁରାଟ ର ଦାଣ୍ଡିଆ,ସଢେ଼ଇକଳା -ଛଉ,। ବଦୋ - ଆସାମ,ନାଟୁଆ _ଝାରଖଣ୍ଡ ,ଦୁଲଦୁଲି ର ନଚନିଆ, ସମଲେଶ୍ବରୀ କଳା ପରିଷଦ, ଭାଲେର ର ଚୁଟକୁଚୁଟା ପରିବେଷଣ କରାଯାଇଥିଲା । ସଂଧ୍ୟାକାଳିନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅର୍ଜୁନ ସାହୁ ଓ ମାନସୀ ସାହୁ।
ସାଂସ୍କୃତିକ ସଭା ଆଗରୁ ଗୀତିକାର ବ୍ରହ୍ମାନନ୍ଦ ବନଛୋର , କଣ୍ଠଶିଳ୍ପୀ ନବୀନ କିଶୋର କୁଅଁର ଓ ଜୟପ୍ରକାଶ ପୂଜାରୀ ଙ୍କ ପରିଚାଳନାରେ ଲୋକଗୀତ ପରିବେଷଣ କରିଥିଲେ ଗୋପାଲ ଥନାପତି,ଅପରୂପା ମହାନ୍ତି,ବ୍ୟାସଦେବ ପୁରୋହିତ, ଉଷାରାଣୀ ବାରିକ, ବିଶିକେଶନ ଦୀପ,ନବୀନ କୁଅଁର , ସସ୍ମିତା ବେହେରା ଓ ସୋମ ବାବୁ ।
ଲୋକସଂଗୀତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଦୀଲିପ କୁମାର ଦୀପ।