-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
25-Sep-2023
ବିନିକା(ହିମାଂଶୁ ଶେଖର ପୁଟେଲ)ଶାନ୍ତି ମୈତ୍ରୀ ଏକତାର ବନ୍ଧନରେ ବାନ୍ଧି ରଖିଥିବା ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ପଲ୍ଲୀ ଠୁଁ ସହର ବାସୀଙ୍କ ମଧ୍ୟରେ ବେଶ ଧୂମଧାମରେ ବିନିକା ଅଞ୍ଚଳରେ ପାଳିତ ହୋଇଥିବା ବେଳେ ସେହିଦିନ ଅନବରତ ବର୍ଷା ଲାଗି ରହିବା ଯୋଗୁଁ ଭେଟଘାଟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକାଂଶ ସ୍ଥାନରେ ଅନୁଷ୍ଟିତ ହୋଇପାରି ନଥିଲା ଯାହା ଫଳରେ ଲୁକ୍କାଜିତ ପ୍ରତିଭାଙ୍କ ପାଦର ଘୁଙ୍ଗୁର ଦେଖିବାରୁ ଲୋକେ ବଞ୍ଚିତ ହୋଇଥିଲେ।ତେବେ ସେ ଯାହାବି ହେଉ ଏହି ବ୍ଲକ ଅଧିନସ୍ଥ ଫୁଲମୁଠି ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ଆୟାଦ ୟୁଥ କ୍ଲବ ତରଫରୁ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ୨୩ତମ ନୂଆଁଖାଇ ଭେଟ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରଙ୍କ ନୃତ୍ୟ,ଗୀତରେ ମଣ୍ଡପ ଦୂଳକି ପଡ଼ିଛି ।ପ୍ରତିଭାଙ୍କ କଳା ପ୍ରଦର୍ଶନ ଦେଖିବା ପାଇଁ ଦର୍ଶକ ରାତି ତମାମ ଉଜାଗର ରହିଥିଲେ ।କ୍ଲବ ସଭାପତି ଆନନ୍ଦ କୁମାର ହୋତାଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନୀଳାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ନୂଆଁଖାଇ ପାଳନର ମହତ୍ତ୍ୱ ଉପରେ ସୂଚନା ଦେବାସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବିଜେଡ଼ି ସଭାନେତ୍ରୀ ବୃନ୍ଦାବତୀ ନାୟକ,ବିଜେଡ଼ି ସଂଗଠକ ଭୀମସେନ ସାହୁ,ବାବୁଲା ପଣ୍ଡା, ରଣଜିତ ରଥ,ଶୈଳନ୍ଦ୍ର ବାରିକ,ଶମ୍ଭୁ ମିଶ୍ର,ଚନ୍ଦ୍ର ମେହେର ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ ।ପ୍ରାରମ୍ଭରେ ପାଇକ ସଂଗ୍ରାମୀ ଆଜାଦଙ୍କ ଫଟୋ ଚିତ୍ର ଉପରେ ଅତିଥିମାନେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ଭାଗନେଇଥିବା କଳାକାରଙ୍କ ପାଦର ଘୁଙ୍ଗୁରରେ ସାଂସ୍କୃତିକ ମଣ୍ଡପ ଦୁଲକି ପଡିଥିଲା ରାତିସାରା ଉଜାଗର ରହି ହଜାର ହଜାର ଜନସାଧାରଣ ପ୍ରତିଭାଙ୍କ ନୃତ୍ୟ ଉପଭୋଗ କରିଥିଲେ ।ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନା କରି ଚର୍ଚ୍ଚିତ ହୋଇଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ରାଶି ଦେଇ ସମ୍ମାନିତ କରାଯାଇଥିଲା ଏଥିରେ ସିଙ୍ଗୀଲରେ ୮୦ଜଣ ଏବଂ ୩୯ଟି ଗୃବ୍ ଡ୍ୟାନସ ଭାଗ ନେଇଥିଲେ । ବିଚାରକ(ଜର୍ଜ) ଭାବେ ମଦନ ହୋତା,ସୁରଜ ଷଡ଼ଙ୍ଗୀ,ଅଜୁ କୁମ୍ଭାର ଦାୟିତ୍ଵ ନିର୍ବାହ କରିଥିଲେ ।ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜୁବୁଲି,ସଞ୍ଜୀବ,ବାବୁଲା,ଅଯୁ,ଅମର,ନିରଞ୍ଜନ,ମହେନ୍ଦ୍ର,ଚନ୍ଦନ,ଆଲୋକ,ଜଗତଜୀବନ,ଦୀପ୍ତିକାନ୍ତ,ବିଭି,ନିଖିଲ,ସୁଧାଂଶୁ,ପଙ୍କଜ,ଗଜାନନ,ଗୋବିନ୍ଦ,ଦଶରଥ,ଅଭିଷେକ,ଶେଷଦେବ, ରାକେଶ,ଦେବଦତ୍ତ,କିଶୋର,ରାଧେଶ୍ୟାମ,ଅଶ୍ଵିନୀ,ଜିତନ, ବଜରାଜ,ଗଣ୍ଡାରାମ,ମିଥୁନ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ।