-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2023
ସୋନପୁର ଜିଲ୍ଲା ଗ୍ରାମ ପଂଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ର ଜିଲ୍ଲା ସ୍ତରୀୟ ବୈଠକ ତରଭା ବ୍ଲକ ରାଣିସର୍ଡl ଗ୍ରାମ ପଂଚାୟତ ର ମିଟିଙ୍ଗ ହଲ ଠାରେ ଗତ କାଲି ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ର 6 ଟି ବ୍ଲକ ରେ ଥିବା ସମସ୍ତ ପଂଚାୟତ ର ପିଅନ, ରାତ୍ର ଜଗୁଆଳି ଓ ଝାଡୁଦାର ମାନେ ଉକ୍ତ ବୈଠକ ରେ ଯୋଗ ଦେଇଥିଲେ l ତରଭା ବ୍ଲକ ଗ୍ରାମ ପଂଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ର ସଭାପତି ସୁରେନ୍ଦ୍ର କୁମାର ଗୁରୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ସୋନପୁର ଜିଲ୍ଲା ସଭାପତି ରାଜେଶ କୁମାର ବଡ଼ମାଳୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପଂଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ସରକାର ଅବହେଳା କରୁଥିବାରୁ ରାଜ୍ୟ ସରକାର ଙ୍କୁ ସମାଲୋଚନା କରିବା ସହ ଯଦି ସରକାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଦାବି ପୂରଣ ନ କରନ୍ତି ତାହେଲେ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଥିଲେ l ସୂଚନା ମୁତାବକ ରାଜ୍ୟ ର 6798 ଟି ଗ୍ରାମପଞ୍ଚାୟତ ରେ 8821 ଜଣ ଚତୁର୍ଥ ଶ୍ରେଣୀ କାର୍ଯ୍ୟ କରୁଛନ୍ତି l ଏବେ ଗ୍ରାମ ପଂଚାୟତ ମାନଙ୍କ ରେ କାର୍ଯ୍ୟଭାର ବୃଦ୍ଧି ପାଇଛି l ସକାଳ 10 ଟାରୁ ଅପରାହ୍ନ 5 ଘଟିକା ପର୍ଯ୍ୟନ୍ତ ଲୋକଙ୍କୁ ନିରାବିଛୀନ ଓ ନିରନ୍ତର ସେବା ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଯୋଗାଉଛନ୍ତି l ପଂଚାୟତ ମାନଙ୍କ ରେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ମାଧ୍ୟମରେ ଅଧିକାଂଶ କାର୍ଯ୍ୟ ହାସଲ କରୁଛନ୍ତି l କାର୍ଯ୍ୟ ତୁଳନା ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦରମା ପାଉନାହାନ୍ତି l ଏହି କର୍ମଚାରି ଙ୍କୁ ଏ ପର୍ଯ୍ୟନ୍ତ ଗୋଟିଏ ବି ସରକାରୀ ଅନୁଦାନ ମିଳିନାହିଁ କି ପଂଚାୟତିରାଜ ଵିଧି ବ୍ୟବସ୍ଥା ରେ ଅନ୍ତର୍ଭୁକ୍ତ କରାଯାଇନାହିଁ l କେବଳ 2014 ମସିହା 125 ନିୟମ ଆଳ ଦେଖାଇ ସରକାର ଠକି ଚାଲିଛନ୍ତି l ପୂର୍ବରୁ ବ୍ଲକ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସଂଘ ତରଫରୁ ବିଭିନ୍ନ ସମୟରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ସୁଦ୍ଧା ମଧ୍ୟ ଦାବି ପୂରଣ ହୋଇପାରୁନାହିଁ l ସମାନ କାମ କୁ ସମାନ ଦରମା ମିଳୁ ନାହିଁ l ଏହାକୁ ନେଇ କର୍ମଚାରୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ସଂଘ ର ପ୍ରମୁଖ ଦାବି ଗୁଡ଼ିକ ହେଉଛି ସମାନ କାମକୁ ସମାନ ଦରମା ପ୍ରଦାନ, ସର୍ବନିମ୍ନ ମଜୁରୀ ରୁ କମ ହେଉନ ଥିବ, ଏକ ଷ୍ଟାଣ୍ଡିଙ୍ଗ ଅର୍ଡ଼ର ସମସ୍ତ ଗ୍ରାମ ପଂଚାୟତ କୁ ପ୍ରଦାନ କରିବା,2014 ମସିହା 125 ନିୟମ କୁ ସଂଶୋଧନ କରାଯାଇ ପଂଚାୟତି ରାଜ ଵିଧି ବ୍ୟବସ୍ଥା ରେ ଅନ୍ତର୍ଭୁକ୍ତ କରିବା, ଇ ଗୋଭାରନାନ୍ସ ଆପ ରେ ନାମ ପଞ୍ଜି କରଣ କରିବା, ଚାକିରୀ କ୍ଷେତ୍ର ରେ ସୁରକ୍ଷା, ପଂଚାୟତି ରାଜ ବିଭାଗ ରେ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରିବା ଏବଂ ଶିକ୍ଷାଗତ ଯୋଗ୍ୟତା ଭିତ୍ତି ରେ ପଦୋନତି ଦେବା l ଯଦି ଉକ୍ତ ଦାବି ଗୁଡ଼ିକ ଯଦି ସରକାର ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ସଂଘ ପକ୍ଷ ରୁ ଭୋଟ ବର୍ଜନ କରାଯିବା ସହ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି l