-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
25-Sep-2023
ତୁଷୁରା, (ପଞ୍ଚାନନ ନାୟକ)- ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ଲୁର୍କୀ ଗ୍ରାମରେ ସୋମବାର ନାଗବାଚା ପୂଜା ଅନୁଷ୍ଠିତ ହୋଇଯାଇଛି । ଆଡ଼କୁ ଭୋଇ,ମଣ୍ଟୁ ପ୍ରଧାନ, ଅର୍ଜୁନ ପ୍ରଧାନ, ପ୍ରମୋଦ ବଘାର,ଦଶରଥ ମେହେର ଦେହରେ ଦେବତା ଆବିର୍ଭାବ ହୋଇ ଗ୍ରାମରେ ଭ୍ରମଣ କରିବା ସହ ହାରିଗୁହାରି ଶୁଣିଥିଲେ । ଗାଶୀରାମ ଭୋଇ, ଯୋଗୀ ବଗର୍ତ୍ତୀ ଓ କୋଇବଲ ପ୍ରଧାନ ମୁଖ୍ଯ ପୂଜକ ଦାୟିତ୍ବ ତୁଲାଇଥିବା ବେଳେ ନରେଶ ପ୍ରଧାନ,ରଞ୍ଜନ ଚନ୍ଦନ, ଆକାଶ ଭୋଇ, ବିଭୁ ଚନ୍ଦନ, ଖିରୋଦ ପ୍ରଧାନ, ହାଡୁ ବଘାର ,ମଣ୍ଟୁ ବଘାର.ମୁକେଶ ବଘାର ସହଯୋଗ କରିଥିଲେ ।