-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
25-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଆମର ଲୋକକଳାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ନ ହେଲେ ଆମର ଆଗାମୀ ସମୟ ଆମକୁ ପରିଚ୍ଛନ୍ନହୀନ କରିଦେବ।ଆମର ଭାଷା,ସଂସ୍କୃତିର ପ୍ରଚାର ପ୍ରସାର ଦ୍ବାରା ଆମେ ସର୍ବଭାରତୀୟ ସ୍ତରରେ ଆମର ପରିଚୟକୁ ଅକ୍ଷୁର୍ଣ୍ଣ ରଖିପାରିବା ବୋଲି ଆଜି ବଲାଙ୍ଗୀର ଟାଉନହଲ ଠାରେ ଦୁଲଦୁଲି କଳା ପରିଷଦ, ବଲାଙ୍ଗିର ଦ୍ବାରା ଆୟୋଜିତ ସର୍ବଭାରତୀୟ ଆଦିବାସୀ ଲୋକନୃତ୍ଯ ସଂଗୀତ ଓ ଲୋକନୃତ୍ଯ ର ବିଶେଷ ଆୟୋଜନ ଅଷ୍ଟମ ଲୋକକଳା ଉତ୍ସବ ଅବସରରେ ସାଂସ୍କୃତିକ ସଭାର ବରେଣ୍ଯ ଅତିଥିମାନେ ମତ ଦେଇଛନ୍ତି ।
ଦୁଲଦୁଲି କଳା ପରିଷଦ ର ସଭାପତି ପ୍ରଭାସ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ଦିବସ ସଂଧ୍ୟାରେ ବରେଣ୍ୟ ଅତିଥିଭାବରେ ଯୋଗ ଦେଇଥିଲେ ବରିଷ୍ଠ କଳାକାର ସିନେ ଅଭିନେତା,ସାଇଟ ସଦାଇପାଲି ର ପ୍ରତିଷ୍ଠାତା ଡକ୍ଟର ଶ୍ରୀକର ମିଶ୍ର, ଭୀମସାର ବୁର୍ଲା ର ପ୍ରଫେସର ଡାକ୍ତର ବେଣୁଧର ପାଣ୍ଡେ ଓ ଏନଏସଡିଏନ ମଂଚ ଓ ସିନେ ନିର୍ଦ୍ଦେଶକ ରାମଚନ୍ଦ୍ର ସାହୁ। ପ୍ରାରମ୍ଭରେ ଦେବୀ ସମଲେଶ୍ବରୀଙ୍କ ପାଟଣେଶ୍ବରୀଙ୍କ ପୂଜାର୍ଚ୍ଚନାପରେ ଲୋକକଳା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସନ୍ଦୀପ କୁମାର କୁଅଁର ଙ୍କ ମଂଚ ପରିଚାଳନାରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଦୁଲଦୁଲି ର ସଂପାଦକ ବାସୁଦେବ ସା ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ପ୍ରାରମ୍ଭରେ ଲୋକ ସଂଗୀତ କାର୍ଯ୍ୟକ୍ରମ ଗୀତିକାର, ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ବନଛୋର ଓ କଣ୍ଠଶିଳ୍ପୀ ନବୀନ କିଶୋର କୁଅଁର ଙ୍କ ପରିଚାଳନାରେ ଉଷାରାଣୀ ବାରିକ, ନବୀନ କୁଅଁର, ଟିକୁରାଜ ନନ୍ଦ, ଜ୍ୟୋତିକା ମିଶ୍ର, ଶ୍ଵେତପଦ୍ମା ସାହୁ,ପଦ୍ମଲୋଚନ ସାହୁ ପ୍ରମୁଖ ଲୋକଗୀତ ପରିବେଷଣ କରିଥିଲେ।
ସାଂସ୍କୃତିକ ସଭା ପରେ ଅର୍ଜୁନ ସାହୁ ଓ ମାନସୀ ସାହୁଙ୍କ ସଂଯୋଜନାରେ ଆସାମ ର ବିହୁ, ପଶ୍ଚିମବଙ୍ଗ ର ଝୁମର, ପୁରୁଲିଆ ଛଉ,ସଢେ଼ଇକଳା ଛଉ, ସହ ବଲାଙ୍ଗିର ଦୁଲଦୁଲି କଳା ପରିଷଦ ର ବଜନିଆ ଲୋକନୃତ୍ଯ ପରିବେଷଣ କରାଯାଇଥିଲା।