-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
24-Sep-2023
ଆଗଲପୁର (ବିନୋଦ କୁମାର ଦୀପ ): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ହରଭଙ୍ଗା ଗ୍ରାମରେ “ହରଭଙ୍ଗା ଯୁବସଂଘ” ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଟାସିଂହା ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରେମେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଲଛିପୁର କଲେଜ ରାଜନୀତି ବିଜ୍ଞାନ ଅଧ୍ୟାପିକା କଲ୍ୟାଣୀ ମିଶ୍ର ମୁଖ୍ୟ ଅତିଥି, ମୁରଶୁଣ୍ଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପବିତ୍ର ମୋହନ ପଧାନ ସମ୍ମାନିତ ଅତିଥି, ସେମେଲମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ନନ୍ଦ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ନୂଆଁଖାଇର ପରମ୍ପରା ନେଇ ମନ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ଭାଷଣ ପ୍ରତିଯୋଗିତାରେ ଶ୍ବେତାମୟୀ ଠାକୁର, ଆରୋସୀ ପଧାନ, ଝରଣା ସାହୁ, ଜୁନିୟର ଗୀତ ପ୍ରତିଯୋଗିତାରେ ରୋଲି ସାହୁ, ସ୍ନେହାରାଣୀ ସାହୁ, ଦିଂବ୍ୟାସି ସାହୁ, ସିନିଅର ଗୀତ ପ୍ରତିଯୋଗିତାରେ ଇତିଶ୍ରୀ ସାହୁ, ସୁଭ୍ରାନ୍ତି ସାହୁ, ପୂଜା ସତପଥି, ଜୁନିୟର ନାଚ ପ୍ରତିଯୋଗିତାରେ ଏଞ୍ଜେଲ୍ ସାହୁ, ରୁଚି ସାହୁ, ଆରାଧ୍ୟା ବିଶ୍ବାଳ, ସିନିଅର ନାଚ ପ୍ରତିଯୋଗିତାରେ ଲୁସି ଗଡ଼ତ୍ୟା, ଇତିଶ୍ରୀ ସାହୁ, ସୁଭ୍ରାନ୍ତି ସାହୁ ଓ ସୁନ୍ଦର ବେଶ ପୋଷାକରେ ସବନମ୍ ବିଶ୍ବାଳ ଓ ଇତିଶ୍ରୀ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଶିବରାଜ ସାହୁ, ଅନୁଭବ ସାହୁ,ଅନନ୍ତ ବିଶ୍ବାଳ ଓ ସୁମିତ୍ ପଧାନ ମଞ୍ଚ ପରିଚାଳନା କରିଥିଲେ । ଛାତ୍ର-ଛାତ୍ରୀମାନଙ୍କୁ ମୋବାଇଲର କିଭଳି ଭାବରେ ପ୍ରଭାବ ପକାଉଛି ସେ ନେଇ ଯୁବକବି କିଶୋର ପାତ୍ରଙ୍କ ରଚିତ କୋଶଲି ଡ୍ରାମା “ବାପା! ମତେ, ମୋବାଇଲ୍ ଘିନିଦିଅ” ହରଭଙ୍ଗା ଯୁବସଂଘର ଭାଇମାନେ ପରିବେଷଣ କରିଥିଲେ । ଶେଷରେ ଶିକ୍ଷକ ସୀତାରାମ ଗଡ଼ତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ହରଭଙ୍ଗା ଯୁବସଂଘ ତଥା ଗ୍ରାମବାସୀମାନେ ସହଯୋଗ କରିଥିଲେ ।