-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
25-Sep-2023
ବଲାଙ୍ଗିର : ଆଜି ଭୋର୍ ପ୍ରାୟ, ୪ ଟା ସମୟରେ ଅବୈଧ ଗୋରୁ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ l ବଲାଙ୍ଗିର ସଦର୍ ଥାନା ଅନ୍ତର୍ଗତ ମାଧିଆ ପାଲି ଠାରେ ଏକ୍ ମାକ୍ସ ପିକ୍ ଅଫ୍ ଗାଡି( ଓ ଡି ୦୩ ଏ ୨୭୩୮)ରେ ପ୍ରାୟ,୮-୯ ଟି ଗାଈ ବାଛୁରି ଚାଲାଣ ହେଉଥିଲା l ସ୍ଥାନିୟ ଲୋକେ ଜାଣି ପାରି ଗୋଚାଲାଣ ଗାଡିକୁ ରାସ୍ତା ରେ ଅଟକାଇ ବଜରଙ୍ଗ ଦଳ କୁ ଖବର ଦେଇଥିଲେ l ବଜରଙ୍ଗ ଦଳ ର କର୍ମକର୍ତ୍ତା ମାନେ ଗାଡିକୁ ଅଟକାଇ ବଲାଙ୍ଗିର ସଦର୍ ଥାନା କୁ ଅବଗତ କରାଇଥିଲେ l ଏ ସଂକ୍ରାନ୍ତରେ ବଲାଙ୍ଗିର ସଦର ଥାନା ରେ ଏକ ଲିଖିତ ଅଭିଯୋଗ ମଧ୍ଯ ହୋଇଛି ଏହି ସମୟରେ ସୁଯୋଗ ଦେଖି ଗୋଚାଲାଣ ଗାଡି ସମସ୍ତ ଙ୍କୁ ଚକମl ଦେଇ ଘଟଣାସ୍ଥଳ ରୁ ଫେରାର୍ ହୋଇଯାଇଥିବା l ବଲାଙ୍ଗିର ସଦର୍ ପୋଲିସ ଫେରାର୍ ଗାଡି ଓ ଅପରାଧୀ ଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି l