-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
10-Sep-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ସଭାଗୃହ ଠାରେ ଶନିବାର ମାନସିକ ଅସୁସ୍ଥ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରେଆରର ସମ୍ପାଦକ ଅନଙ୍ଗ ନେଗୀଙ୍କ ସଂଯୋଜନା ରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜୀବନ ସଭ୍ୟ ସାମାଜିକ କର୍ମୀ ମୀନକେତନ ମହାକୁର ରେଆର ତରଫରୁ ଗତ ଦେଢ଼ ବର୍ଷ ରେ ମାନସିକ ଅସୁସ୍ଥ ରୋଗୀ ମାନଙ୍କୁ ଔଷଧ ସେବନ, ପରାମର୍ଶ ପ୍ରଦାନ ଓ ୧୯୯୪ ମସିହା ରୁ ଅଦ୍ୟାବଧି କରାଯାଇଥିବା ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନସିକ ଅସୁସ୍ଥ ନିରାକରଣ ନିମିତ୍ତ ରେଆର୍ ର ସ୍ଵେଚ୍ଛାସେବୀ ମାନଙ୍କ କାର୍ଯ୍ୟ କୁ ପ୍ରଶଂସା କରିବା ସହ ବ୍ଲକ ର ସମସ୍ତ ମାନସିକ ଅସୁସ୍ଥଙ୍କ ନିୟମିତ ଔଷଧ ସେବନ ପାଇଁ ସ୍ଵେଚ୍ଛାସେବୀ ମାନଙ୍କ ସହଯୋଗ କାମନା କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନା ଓ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମାନସିକ ଅସୁସ୍ଥ ଙ୍କୁ ସାମିଲ୍ କରିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ଆସାମ ତେଜପୂର୍ ଡ଼ା ଶୋଭନା ହରିହର ସୁବ୍ରମଣ୍ୟମ, ବେସିକ ନିଡ ଇଣ୍ଡିଆ ର ରାଜୀବ କର୍ମୀ ଯୋଗଦେଇ ମାନସିକ ଅସୁସ୍ଥ ରୋଗୀଙ୍କ ଚିକିତ୍ସା ସେବା, ପରିବାର ସ୍ଥିତି ଓ ସହାୟତା ସମ୍ପର୍କରେ ଉପସ୍ଥିତ ସ୍ଵେଚ୍ଛାସେବୀ ଙ୍କ ସହ ଆଲୋଚନା କରିଥିଲେ। କାର୍ଯକ୍ରମ କୁ ବିଶ୍ବମ୍ବର ସାହୁ ପରିଚାଳନା କରିଥିବା ବେଳେ ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ୍ ଦେଇଥିଲେ।