-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପିପୁଲ୍ସ ଫୋରମ୍ ସହାୟତା ରେ ସୋନପୁର ୱାର୍ଡ ନମ୍ବର 07 ଢେରାପଡା ଅଙ୍ଗନୱାଡି କେନ୍ଦ୍ର ଓ ୱାର୍ଡ ନମ୍ବର 03 ଦଧିବାମନ ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ଏକ ସ୍ବାସ୍ଥ୍ୟ ଶିବିର ଓ ଅଣ ସଂକ୍ରାମକ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ l ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ଡାକ୍ତର ଚିନ୍ମୟ ଶେଖର ବିଶ୍ବାଳ ଓ ଡାକ୍ତର ଆକାଶ ସାହୁ ପ୍ରମୁଖ ଶତାଧିକ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ l ଉଭୟ କେନ୍ଦରେ 100ରୁ ଉର୍ଧ୍ଵ ଲେଖାଏଁ ମହିଳା, ପୁରୁଷ, ଓ ବୟସ୍କ ଲୋକ ମାନେ ରକ୍ତ ଚାପ, ଡାଇବେଟିସ ଓ କିଡ଼ନୀ ଭଳି ଅନ୍ୟାନ୍ୟ ଜଟିଳ ରୋଗ ର ଚିକିତ୍ସା ସୁବିଧା ନେଇ ଏହାର ପ୍ରତିକାର ବ୍ୟବସ୍ଥା ଓ ଔଷଧ ସବୁ କୁ ମାଗଣା ରେ ପାଇଥିଲେ । ସେହିପରି ଆଗାମୀ ଦିନରେ ମେଡିକାଲ କୁ ଯାଇ ପାରୁ ନ ଥିବା ଲୋକଙ୍କ ସ୍ବାସ୍ଥ୍ୟ ଓ ଆରୋଗ୍ୟ ସକାଶେ ସହର ର ପ୍ରତି ୱାର୍ଡ ରେ ଏ ସ୍ୱାସ୍ଥ୍ୟ ସେବା କାର୍ଯକ୍ରମ କୁ ବ୍ୟାପକ ଓ ତ୍ଵରାନିତ କରାଯିବ ଏବଂ ପ୍ରତି ମାସ ରେ ଏକ ଏନ ସି ଡି କ୍ୟାମ୍ପ, ଅଉଟ ରିଚ କ୍ୟାମ୍ପ ର ଆୟୋଜନ କରାଯାଉଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସଂଯୋଜକ ଆଶୁତୋଷ ସାହୁ କହିଛନ୍ତି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ସ୍ୱାସ୍ଥ୍ୟ କର୍ମୀ ମହିଳା ସବୁ ଆଶାକର୍ମୀ,ଅଙ୍ଗନ ୱାର୍ଡି କର୍ମୀ ସବୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ଲ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ରକ୍ତ ପରୀକ୍ଷା ଓ ଔଷଧ ବଣ୍ଟନ ରେ ସହଯୋଗ କରିଥିଲେ.