-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
07-Sep-2023
ସମ୍ବଲପୁର. ରେଙ୍ଗାଲି. (ସଂଜୀବକୁମାରପାଣିଗ୍ରାହୀ) - ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ବର୍ତ୍ତମାନ ସମଗ୍ର ଦେଶର ଚାଲିଛି ମୋ ମାଟି ମୋ ଦେଶ ଅଭିଯାନ । ଏହି କ୍ରମ ରେ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ଅମୃତ୍ କଳସ ରଥ ର ଶୁଭାରମ୍ଭ ହୋଇଯାଇଛି ।
ପ୍ରଥମ ରଥ ଟି କିଲାସମା ପଞ୍ଚାୟତ ର ପଧାନପାଲି ଗ୍ରାମ ର ସମଲେଶ୍ୱରୀ ମନ୍ଦିର ଓ ଅନ୍ୟଟି ରେଙ୍ଗାଲି ବ୍ଲକର ଲପଙ୍ଗା ସ୍ଥିତ ରାମଚଣ୍ଡୀ ମନ୍ଦିର ରେ ପୂଜାର୍ଚ୍ଚନା ହୋଇଥିଲେ । ପରେ ରେଙ୍ଗାଲି ବିଧାୟକ ଶ୍ରି ନାଉରୀ ନାୟକ ଙ୍କ କରକମଳରେ ଅମୃତ କଳସ ରଥ ଗୁଡ଼ିକର ଶୁଭାରମ୍ଭ ହୋଇଥିଲା । ପ୍ରଥମ ରଥ ଟି କିଲାସମା ପଞ୍ଚାୟତ ର ବିଭନ୍ନ ଗ୍ରାମରେ ଓ ଅନ୍ୟଟି ଲପଙ୍ଗା ଓ ଘିଚାମୂରା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ବୁଲିଥିଲା ।
ଗାଁ ଗୁଡିକରେ ଲୋକେ ସ୍ଵତଃପ୍ରବୃତ୍ତ ଭବରେ ଏହି ମହାନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧ ବନିତା ନିଜ ନିଜ ଅଗଣା ରୁ କଳସ ରେ ମାଟି ଅଞ୍ଜୁଲା ପ୍ରଦାନ କରିଥିଲେ । ଏଭଳି ଅଭିନବ କାର୍ଯ୍ୟକ୍ରମ କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
ଆଜିର କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ହୋତା, ଶାସନ ମଣ୍ଡଳ ସଭାପତି ପ୍ରଶାନ୍ତ ବାରିକ୍, ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ମନୋରଞ୍ଜନ ଥାପା, ଜିତେନ୍ଦ୍ର ସାହୁ, ନୟନ୍ ବାରିକ୍, ରାଜେନ୍ଦ୍ର ଖଡ଼ିଆ ଙ୍କ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ ।