-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀ ପତ୍ର ପ୍ରଦାନ

05-Sep-2023



ବରଗଡ:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତର ଶତାଧିକ ଭତ୍ତା ପାଉଥିବା ହିତାଧିକାରୀ ମାନେ ପହଞ୍ଚି ଏକ ଶୋଭାଯାତ୍ରା ଧର୍ମଶାଳାରୁ ବାହାରି ବ୍ଲକ କାର୍ଯ୍ୟଳୟ ଆଗରଜ ପହଞ୍ଚିଥିଲେ।ଟେମରୀ ଗ୍ରାମ ପଞ୍ଚାୟତର ବୃଦ୍ଧ ବୃଦ୍ଧା ,ବିଧବା,ସ୍ବାମୀ ପରିତକ୍ତା , ଦିବ୍ୟାଙ୍ଗ ଭତ୍ତା ପାଉଥିବା ହିତାଧିକାରୀ ମାନେ ଏକତ୍ରିତ ହୋଇ ଥିଲେ।ଏକ ନିଆରା ପରମ୍ପରା ଶୋଭାଯାତ୍ରା ରେ ପହଞ୍ଚି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଦେଶ୍ୟରେ ପାଇକମାଲ ବିଡ଼ିଓ ସୁରେନ୍ଦ୍ର ନାଥ ସାହୁଙ୍କୁ ୫ ଦଫା ସମ୍ବଳିତ ଦାବୀ ପତ୍ର ସରପଞ୍ଚ ଦିଲୀପ କୁମାର ବେହେରା ପ୍ରଦାନ କରିଛନ୍ତି। (୧) ଆଜିର ଏ ମହଙ୍ଗା ମାଡ଼, ଦରଦାମ ବୃଦ୍ଧି ଦିନରେ ୫ରୁ୬ ଶହ ପାଉଥିବା ମାସିକ ଭତ୍ତାକୁ ୩ହଜାର ଟଙ୍କା କୁ ବୃଦ୍ଧି କରାଯିବା(୨) ବିଧବା ଭତ୍ତା ପାଇଥିବା ସମସ୍ତଙ୍କୁ ଅନ୍ତୋଦୟ ଅନ୍ନ ଯୋଜନାରେ ସାମିଲ(୩) ଛତା, କମ୍ବଳ,ଚପଳ ର ଦରଦାମ ବୃଦ୍ଧି ଅନୁଯାୟୀ ଏହାର ଅର୍ଥରାଶି ବୃଦ୍ଧି(୪)ସମସ୍ତ ଭତ୍ତା ହିତାଧିକାରୀ ଙ୍କୁ ହାତକୁ ହାତ ଭତ୍ତା ପ୍ରଦାନ।(୫) ଆବାସ ଯୋଜନାରେ ବଞ୍ଚିତ ଥିବା ହିତାଧିକାରୀଙ୍କୁ ସାମିଲ କରାଯାଇ ଯୁଦ୍ଧ କାଳୀନ ଭିତ୍ତିରେ ଘର ଯୋଗାଇବାର ବ୍ୟବସ୍ଥା କରାଯିବାକୁ ଦାବୀ କରାଯାଇଛି।ସରପଞ୍ଚ ଶ୍ରୀ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ଏହା ହିତାଧିକାରୀ ଙ୍କ ପାଇଁ ପ୍ରଥମପ୍ରୟାସ ଅଟେ।ଜନସାଧାରଣରେ ଏହି ଦାବିକୁ ଯୁକ୍ତିଯୁକ୍ତ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦୁର୍ଯୋଧନ ପୁଟା ଉପସ୍ଥାପନ କରି ଆଗାମୀ ଦିନରେ ସରକାର ଦାବୀପ୍ରତି ଗୁରୁତ୍ବ ନ ଦେଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସମୟରେ ସରକାର ବୁଢ଼ା ବୁଢ଼ୀ ବିଧବା ଦିବ୍ୟାଙ୍ଗ ମାନଙ୍କୁ ୫୦୦ରୁ ୬୦୦ଟଙ୍କା ଏହା କେତେ ଯୁକ୍ତି ଯୁକ୍ତ ତାହା ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ବୁଢ଼ା ବୁଢ଼ୀ ମାନଙ୍କ ଦାବିରୁ ଜଣାପଡିଛି।ନେତୃତ୍ୱ ନେଇଥିବା ସରପଞ୍ଚଙ୍କୁ ଉପସ୍ଥିତ ଥିବା ବୁଢ଼ା ବୁଢ଼ୀ ମାନେ ଯେଉଁ ଆଶୀର୍ବାଦ ପ୍ରଦାନ କରିଛନ୍ତି ହିତାଧିକାରୀଙ୍କ ମୁହଁ ରୁ ନ ଶୁଣିଲେ ବିଶ୍ବାସ ହେବନି।ସରପଞ୍ଚ ବୁଢ଼ା ବୁଢ଼ୀଙ୍କ ସହ ବିଡ଼ିଓ ଙ୍କୁ ଦାବୀ ପତ୍ର ପ୍ରଦାନ ପରେ ଶ୍ରୀଶ୍ରୀ ନୃସିଂହନାଥ ଧାମକୁ ଆନ୍ଦୋଳନ କାରୀଙ୍କୁ ନେଇ ଠାକୁର ଦର୍ଶନ କରାଇ ନୃସିଂହନାଥ ମହାପ୍ରଭୁଙ୍କ ଅନ୍ନ ଭୋଗ ପ୍ରଦାନ କରାଇଥିଲେ। ତ୍ରିନାଥ ବରିହା(୭୦)- ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ୫ଶହ ଟଙ୍କା ଭତ୍ତା ଅମାପାଖକୁ ଠିକ ସମୟରେ ଆସୁନାହିଁ।ବ୍ୟାଙ୍କ କୁ ଗଲେ ଆମେ ଟଙ୍କା ମଧ୍ୟ ପାଇପାରୁ ନାହୁଁ।ତେଣୁ ହିତାଧିକାରୀ ମାନଙ୍କ ଘର ମାନଙ୍କରେ ଟଙ୍କା ପ୍ରଦାନ କଲେ ଆମେ ଖୁସି ହେବୁ।

ବେଲମତି ବରିହା (୭୦)- ସରକାର ଆମକୁ ଦେଉଥିବା ୫ଶହ ଟଙ୍କା ସବୁ ଔଷଧ ଖର୍ଚ୍ଚକୁ ପୁରୁନାହି।ଆମେ ଖାଇବୁ କଣ ? ଆମେ ଦେଉଥିବା ଦାବୀ ସରକାର ପୁରଣ କଲେ ଭଲ ହୁଅନ୍ତା। ପୁନେଇ ସିଂ(୬୬)- ଆମେ ଟଙ୍କା ବଢ଼ାଇବା ପାଇଁ ସରକାରଙ୍କୁ ଦାବି ପତ୍ର ଦେଇଛୁଁ। ବର୍ତ୍ତମାନ ପାଇଥିବା ଭତ୍ତା ରେ ନା ଖାଇ ପିଇ ପାରୁଛୁ ନା ଉଷ କଷା କିଣି ପରୁଛୁ, ନା ଶାଢ଼ୀ ଖଣ୍ଡେ କିଣି ପାରୁଛୁ। ସୌକିଲାଲ ପ୍ରଧାନ (୮୦) - ଆମେ ସରପଞ୍ଚ ଖର୍ଚ୍ଚରେ ପାଇକମାଲ ବ୍ଲକକୁ ଆସି ବୁଢ଼ା ବୁଢ଼ୀ ମାନଙ୍କ ଭତ୍ତା ବଢିବା ବୋଲି କରି ଦାବି ଦେଇଛୁ, ସରକାର ଇ ଦାବୀ କେ ମାନି କରି ସବୁ ଭତ୍ତା ବାଲାକେ ୩ ହଜାର ଟଙ୍କା ଲେଖାଁ ଦେଉ ୫ ଶହ ଟଙ୍କା ଥି ଆମେ କେନ୍ତା କରି ଜିିଇଁମୁ। ସରକାର ଇଟା ବିଚାର କରୁଁ ବୋଲି ମତ ପ୍ରକାଶ ପାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like