-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
05-Sep-2023
ବରଗଡ:-ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଟାଲ ପଞ୍ଚାୟତରେ ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଜୋନ ସଭାପତି ଦିଲ୍ଲୀପ ଭୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପଞ୍ଚାୟତ କଂଗ୍ରେସ ସଭାପତି ଭାବେ ଲଳିତ ବାରିକ, ସମ୍ପାଦକ ଭାବେ ମୁରଲି ସୁନା, ଉପସଭାପତି ପ୍ରଦିପ ପଟେଲ,ଭିଷ୍ମଦେବ ବାରିକ,ପ୍ରଶାନ୍ତ ସାହୁ ନିର୍ବାଚିତ ହୋଇଛନ୍ତି। ସେହିଭଳି ପଞ୍ଚାୟତ ସ୍ତରୀୟ ମହିଳା ସଭାପତି ଭାବ ରେ ସପୁର ବାଗ ନିର୍ବାଚିତ ହୋଇଛନ୍ତି।ବରଗଡ ଜିଲ୍ଲାର ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବା ସହ ରାଜ୍ୟରେ ପୁଣି ଥରେ କଂଗ୍ରେସର ସ୍ଥିତି କିପରି ଯୁବ ନେତୃତ୍ୱଙ୍କ ସହଯୋଗ ଓ ବରିଷ୍ଠ ନେତାଙ୍କ ଅଭିଜ୍ଞତା ଦ୍ଵାରା ହାସଲ କରି ହେବ ସେ ବିଷୟରେ ଏହି ବୈଠକରେ ଆଲୋଚନା କଲେ ବରଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ ଟଙ୍କଧର ସାହୁ I ଏହି ସଭାରେ ବ୍ଲକ ମହିଳା ସଭାପତି ବୈଦେହୀ ସୁନା ,ଚିତ ଦିଦି,କନସିଂହା ପଞ୍ଚାୟତ ସଭାପତି ଚନ୍ଦ୍ରଭାନୁ ବେହେରା ଉପସ୍ଥିତ ଥିଲେ।