-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
05-Sep-2023
ବରଗଡ:-ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜେପୁର ରେ ଛାତ୍ରଛାତ୍ରୀମାନେ ମହା ଆଡ଼ମ୍ବରରେ ଗୁରୁ ଦିବସ ପାଳନ କରି ଗୁରୁ ଶିଷ୍ଯ ପରମ୍ପରାର ଏକ ଅନନ୍ଯ ଉଦାହରଣ ସୃଷ୍ଟି କରିଛନ୍ତି। ସର୍ବପ୍ରଥମେ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ମନୋଜ ବେହେରା ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା ଗାନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀମାନେ ଜଳ ଦ୍ଵାରା ଗୁରୁମାନଙ୍କ ପାଦ ଯୁଗଳ ଧୌତ କରି ଚନ୍ଦନ, ସିନ୍ଦୁର, ପୁଷ୍ପ ଦ୍ଵାରା ଗୁରୁମାନଙ୍କୁ ପୂଜା କରିଥିଲେ । ଛାତ୍ରଛାତ୍ରୀମାନେ ଗୁରୁମାନଙ୍କୁ ଉତ୍ତରୀୟ ତଥା ବିଭିନ୍ନ ଉପହାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗୁରୁଙ୍କ ଉଦ୍ଦେଶ୍ଯରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟିତ୍ରୀ ମାନେ ଗୁରୁ ଦିବସ ବିଷୟରେ ନିଜର ମତାମତ ରଖିଥିଲେ। ଶିକ୍ଷକଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ସମାଜରେ ଜଣେ ଜଣେ ଭଲମଣିଷ ହୋଇ ରାଜ୍ୟ ତଥା ଦେଶର ବିକାଶରେ ଯୋଗଦାନ କରିବାକୁ ଆହ୍ଵାନ ଦେଇଥିଲେ ।ପିତାମାତା ତଥା ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ ଦେବା ପାଇଁ ଉପଦେଶ ଦେଇଥିଲେ। ଆୟୋଜିତ ସଭାଟି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା। ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ କାର୍ଯ୍ଯକ୍ରମଟି ସଫଳ ହୋଇଥିଲା।