-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ଜିଲ୍ଲା

ଅନନ୍ୟ ପ୍ରତିଭାର ଅଧିକାରୀ କୁରୁଲ ହାଇସ୍ବୁଲ ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଏକ ନିଆରା ଅବସର ବିଦାୟ ସମ୍ବର୍ଦ୍ଧନା ଉତ୍ସବ

03-Sep-2023



ବଲାଙ୍ଗିର (ପ୍ରେରଣା ଖବର ): ପ୍ରକ୍ରୁତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ପରିଚୟ କହିଲେ ରାମଜୀ ହାଇ ସ୍କୁଲକୁ ବୁଝାଏ । ଦୀର୍ଘ ୩୭ବର୍ଷ ୧ ମାସ ଧରି ଶିକ୍ଷକତା ଚାକିରି ପରେ ସେ ଗତ ୩୧.୦୮.୨୦୨୩ ତାରିଖରେ କର୍ମକ୍ଷେତ୍ରରୁ ଅବସର ନେଲେ, ତାହା ପୁଣି ନିଆରା ଢଙ୍ଗରେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୁଇନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ, ୧୯ନ.ଜିଲ୍ଲା ପରିଷଦ ସଭ୍ୟ।

ସବିତା ସେଟ, କୁରୁଲ ସରପଞ୍ଚ ଅନିତା ସେଟ ଓ କୁରୁଲ ସମିତି ଯଶୋବନ୍ତୀ ସେଠ । ପ୍ରଥମେ ଶ୍ରୀ ନାଏକଙ୍କ ବିଦାୟ କାଳୀନ ସ୍ମୃତି କୁ ଚିରଦିନ ମନେପକାଇବା ସକାଶେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଶି ଙ୍କ ପ୍ରଦତ୍ତ ଛାତ୍ରୀଙ୍କ ସାଇକେଲ ଷ୍ଟାଣ୍ଡ (ଆଞ୍ଚଳିକ ଉନ୍ନୟନ ପାଣ୍ଠି ) କୁ ସମସ୍ତ ଅତିଥି ଫିତାକାଟି ଉନ୍ମୋଚନ କରି ମୋ ସ୍କୁଲ ଅଭିଯାନ କାର୍ଯକ୍ରମରେ ନିର୍ମିତ ଆଲୁମିନିଙ୍କ ନୂତନ ଗୃହକୁ ଉଦଘାଟନ କରିଥିଲେ । ପରେ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିବା ପୁରାତନ ଓ ନୂତନ ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା, ମହିଳା ସ୍ଵଂୟ ସହାୟକ ଦଳ, ବରିଷ୍ଠ ନାଗରିକ କଲ୍ୟାଣ ସଂଘ୍, ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ଅଞ୍ଚଳ ବାସୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା। ସଭାରେ ସଭାପତିତ୍ବ କରିଥିଲେ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ସାହୁ। ମୁଖ୍ୟ ଅତିଥି ବିଦାୟୀ ଶିକ୍ଷକଙ୍କ ସ୍କୁଲ ପ୍ରତି ସମର୍ପିତ ଅବଦାନକୁ ଭୂୟସୀ ପ୍ରଶଂସା କରି ବିଦ୍ୟାଳୟର ମଞ୍ଚକୁ ପୁନରୁଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଅଧ୍ୟକ୍ଷ ପୁଇନ୍ତଲ। ବ୍ଲକ ଶ୍ରୀଯୁକ୍ତ ପଧାନ ରାମଜୀ ହାଇସ୍କୁଲ କହିଲେ ଦିଗାମ୍ବର ସାର ଙ୍କୁ ବୁଝାଏ, ସେ ଏଇ ବିଦ୍ୟାଳୟର ବିନ୍ଧାଣୀ। ଝାଟିମାଟି ଘରଠୁ ଆରମ୍ଭ ଏଇ ବିଦ୍ୟାଳୟ ଆଜି ରାଜ୍ୟରେ ଅଗ୍ରଣୀ ବିଦ୍ୟାଳୟ ଭାବେ ପରିଗଣିତ । ୫-ଟି ପୂର୍ବରୁ ଏହାର ରୂପାନ୍ତରିତ ହୋଇଥିଲା କିନ୍ତୁ ୫-ଟି ପରେ ଏହା ଆହୁରି ସୁନ୍ଦର ଦେଖାଯାଉଥିବା ର ମୁଖ୍ୟ ବିନ୍ଧାଣୀ ଶ୍ରୀ ନାଏକ । ମାନନୀୟା ଅଧ୍ୟକ୍ଷା ଜିଲ୍ଲା ପରିଷଦ ବଲାଙ୍ଗୀର ଅପରାହ୍ନ ୪ଟା ରେ ଯୋଗଦେଇ  ଶିକ୍ଷକ ଶ୍ରୀ ନାଏକଙ୍କ ଅବଦାନକୁ ପ୍ରଶଂସା କରି ନାଏକଙ୍କ ପ୍ରଦତ୍ତ ୩୭ ଟି ନଡିଆଗଛ  ରୋପଣର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ଯତ୍ନ ଛାତ୍ର ଛାତ୍ରୀ ଙ୍କୁ ନେବାକୁ ପରାମର୍ଶ ଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ବିଜ୍ଞାନ ଶିକ୍ଷୟିତ୍ରୀ ବାସନ୍ତୀ ସାହୁ । ପରେ ସ୍କୁଲ ଛାତ୍ର ଛାତ୍ରୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ହଜାର ହଜାର ସଂଖ୍ୟାରେ ଯୋଗଦେଇଥିବା ପୁରାତନ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ପୁଷ୍ପଗୁଛ୍, ଉପଢୌକନ ଦେଇ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଇ ନିଆରା ଦୃଶ୍ୟ ଥିଲା ଅଭିନ୍ନ । ପୁଣି  ଓଡ଼ିଶାର ପ୍ରଖ୍ୟାତ rok star ଗାୟକ ରୁକୁ  ସୁନା ଙ୍କ ମେଲୋଡି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଦିଗାମ୍ବର ନାଏକଙ୍କୁ ଦୁଲଦୁଲି, ଡି. ଜେ., ଭରତ ବାହାଲ ଓ ଦୂର୍ଗ।ପଡ଼ା କୀର୍ତ୍ତନ ମଣ୍ଡଳୀ ଙ୍କ ତାଳେ ତାଳେ ହଜାର ହଜାର ସଂଖ୍ୟାରେ ଲୋକ

ରୁଣ୍ଡ ହୋଇ ନାଚ ଗୀତ ସହ ଘରକୁ ଶୋଭାଯାତ୍ରା କରି ପାଛୋଟି ଆଣି ଘରେ ଛାଡ଼ିଥିଲେ। ବିଦ୍ୟାଳୟର ଆଲୁମିନି ସଭାପତି ଅଶ୍ଵିନୀ କୁମାର ନାଏକ, ସଭାପତି ପରିଚାଳନା କମିଟି ସୁଦାମ ପଟେଲ, ସଚ୍ଚିକାନ୍ତ ରାଉତ, ମାନସିଂ ସେଟ, ସନ୍ତୋଷ ପଟେଲ, ଆଶିଷ ନାଏକ, ସୁରେନ୍ଦ୍ର ନାଏକ, ଭକ୍ତଚରଣ ନାଏକ ପ୍ରମୁଖ ଭୂମିକା ନେଇଥିଲେ ଓ ନୂତନ ପୁରାତନ ଛାତ୍ର ଛାତ୍ରୀ ସହଯୋଗରେ କାର୍ଯକ୍ରମ ଅତି ସୁନ୍ଦର ଭାବେ ନିର୍ବାହ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like