-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
02-Sep-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ବଜ୍ରାଘାତ ରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ରୁ ପ୍ରକାଶ l ସୁଚନାନୁସାରେ ଗ୍ରାମର ସୁରେଶ ପାତ୍ର ପିତା. ପର୍ଶୁ ପାତ୍ର ବିଲରେ କାମ କରୁଥିବା ସମୟରେ ବଜ୍ରାଘାତ ର ଶିକାର ହୋଇଥିଲେ l ଗ୍ରାମ ଲୋକେ ଖବର ପାଇବା ପରେ ତାଙ୍କୁ ତୁରନ୍ତ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ l ଡାକ୍ତର ସୁରେଶ ଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ l ଏହାପରେ ପୋଷ୍ଟମର୍ଟମ ପାଇଁ ବଲାଂଗୀର ଭୀମଭୋଇ ମେଡିକାଲ କୁ ନିଆ ଯାଇଥିବା ସୂଚନାରୁ ପ୍ରକାଶ l