-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
02-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସମସ୍ତ ବ୍ଲକ ସଭାପତି ଓ ସଂପାଦକ ମାନଙ୍କୁ ନେଇ ଆଜି ଏକ ଜରୁରୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଶାବରୀ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ଆଦିବାସୀ ପରାମର୍ଶଦାତା ମାନଙ୍କ ଦ୍ୱାରା ମାଳି ଓ ରଣା ଜାତି ମାନଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସୁପାରିଶ କରିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆଦିବାସୀ ମାନଙ୍କ ସହ ଏହି ଜାତିର ମିଶ୍ରଣଙ୍କୁ ଦୃଢ଼ ବିରୋଧ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ । ମାଳି ଓ ରଣା ଜାତି କୁ ଆଦିବାସୀଙ୍କ ସହ ମିଶ୍ରଣ କଲେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ ଭାଇଭଉଣୀ ମାନେ ଦରକାର ପଡିଲେ ବିଧାନସଭା ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି । ସରକାର ଏହି ନିଷ୍ପତ୍ତିରୁ ନ ଓହରିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ନକଲି ଆଦିବାସୀ , ଜଙ୍ଗଲ ଜମି ପଟ୍ଟା ଓ ଆଦିବାସୀ ନିର୍ଯ୍ୟତନା ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟ ନାରାୟଣ ଭୋଇ ଓ ସଂପାଦକ ପୁରୁଷୋତ୍ତମ ଧରୁଆ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।