-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
02-Sep-2023
ବଲାଙ୍ଗୀର(ପ୍ରେରଣା ଖବର ): ଆଜି ସ୍ଥାନୀୟ ବ୍ରାହ୍ମଣ ପଡା ରାସ୍ତାରେ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହାକୁ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଫିତା କାଟି ଉଦ୍ଘାଟନ କରିବା ସହ ଏହି କେନ୍ଦ୍ର ରେ ଅପେକ୍ଷାକୃତ କମ ମୂଲ୍ୟରେ ଗ୍ରାଉହକ ମାନେ ଉତ୍ତମ ଗୁଣବତ୍ତ ସଂପନ୍ନ ଔଷଧ ପାଇପାରିବେ ବୋଲି କହିଥିଲେ । । ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା ଅଧୀନରେ ସାଧାରଣ ଲୋକଙ୍କ ସେବାରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ରେ ଗ୍ରାହକ ମାନଙ୍କୁ ୫ଠ ରୁ ୯ଠ ପ୍ରତିଶତ ପର୍ଯ୍ୟନ୍ତ କମ ମୂଲ୍ୟରେ ଔଷଧ ମିଳିପାରିବ ବୋଲି କୁହାଯାଇଛି । ଏପର୍ଯ୍ୟନ୍ତ ବଲାଙ୍ଗୀର ସହରରେ ୪ଟି ଜନ ଔଷଧୀ କେନ୍ଦ୍ର ସ୍ଥାପନ ହୋଇଛି । ଆଜି ଏହି ଦୋକାନକୁ ଉଦ୍ଘାଟନ ସମୟରେ ଦୋକାନର ସତ୍ତ୍ୱାଧୀକାରିଣୀ ମାନିନୀ ତ୍ରିପାଠୀ ଓ ସମୀର ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ । ସହରରେ ମଧ୍ୟ ଭାବରେ ଏହି ଔଷଧ ଦୋକାନ ରହିଥିବାରୁ ଗ୍ରାହକ ମାନେ ସୁବିଧାରେ ଏଠାରୁ ଔଷଧ କିଣି ପାରିବେବୋଲି ଆଶା କରାଯାଉଛି । ଆଜି ଏହି ଉତ୍ସବରେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସରିତା ଯୋଶୀ, ରଶ୍ମୀ ରଂଜନ ଯୋଶୀ ଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।