-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
23-Aug-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ରାଜ୍ୟବାସୀଙ୍କ ପାଇଁ ଗର୍ବ ର ଦିନ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମ ରେ 13 ଗୋଟି ଜିଲ୍ଲା ର 21 ଗୋଟି ନୂତନ ବସଷ୍ଟାଣ୍ଡ କୁ ଲୋକାର୍ପଣ କରିଛନ୍ତି l ଏଥିରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ର ତିନି କୋଟି ବ୍ୟୟ ଅଟକଳ ରେ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ ଲୋକାର୍ପିତ ହୋଇଛି l ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଞ୍ଚଳବାସୀ ତଥା ବିଜୁ ଜନତା ଦଳ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି l
ଏହି ଉତ୍ସବରେ ଉପ ଜିଲ୍ଲାପାଳ କୁମାର ନାଗ ଭୂଷଣ, ଲୋଇସିଂହା ବିଡିଓ ଆକାଶ ରଞ୍ଜନ ସାହୁ, ତହସିଲଦାର ସୁଶ୍ରୀ ସଂଘମିତ୍ରା କାଲୋ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ବିଜେଡି ଲୋଇସିଂହା ବ୍ଲକ ସଭାପତି ହୃଦାନନ୍ଦ ବେହେରା, ଗୌରାଙ୍ଗ ନାଏକ, ସୁରେଶ ମହାଲିଙ୍ଗ, ସରୋଜ ସାହୁ, ବାହାଦୁର ନନ୍ଦ, ଲଳିତ ପଧାନ ସମେତ ବିଜେଡି ଓ ବିଜେପି ର ଅନେକ କାର୍ଯ୍ୟକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ l